ବଣଭୋଜି କରିବାକୁ ଯାଇ ଯୁବକ ନିଖୋଜ ; ପରିବାର ପକ୍ଷରୁ ହତ୍ୟା ଅଭିଯୋଗ, ଦୁଇ ସାଙ୍ଗ ଅଟକ

Published By : Prameya-News7 Bureau | January 03, 2019 IST

କଳାହାଣ୍ଡି ୦୩|୦୧: ବଣଭୋଜିକୁ ନେଇ ସାଙ୍ଗମାନଙ୍କ ଦ୍ବାରା ଯୁବକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିର୍ଲିଗୁଡାର ୩୨ ବର୍ଷ ବୟସ୍କ ରଘୁନାଥ ଜାଲ୍ ଜାନୁଆରୀ ୧ ତାରିଖଠାରୁ ୪ ଜଣ ସାଙ୍ଗଙ୍କ ସହ ବଣଭୋଜି କରିବାକୁ ଯାଇଥିଲେ । ମାତ୍ର ସେ ଆଉ ଘରକୁ ଫେରି ନାହାନ୍ତି । ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଆନୁଯାୟୀ ରଘୁନାଥ ସାଙ୍ଗମାନଙ୍କ ସହ ଭୋଜିକୁ ଯାଉଥିଲେ । ହଲେ ସାଙ୍ଗମାନେ ରଘୁନାଥକୁ ନେଇ ନ ଥିବା ବୟାନ ଦେଉଛନ୍ତି । ଏ ନେଇ ପରିବାର ସଦସ୍ୟ ଭବାନୀପାଟଣା ଥାନା ଓ ଜିଲ୍ଲା ଆରକ୍ଷୀ ଆଧିକ୍ଷକଙ୍କ ଦ୍ବାରସ୍ଥ ହୋଇ ହତ୍ୟା ଆଭିଯୋଗ କରୁଛନ୍ତି । ବଣଭୋଜି ସ୍ଥାନରୁ ଫୁଟା ଗୁଳି ମଧ୍ୟ ଜବତ ହୋଇଛି । ପୋଲିସ ଦୁଇ ସାଙ୍ଗଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.