କାଠଯୋଡିରେ ଗାଧୋଇବା ବେଳେ ଭାସିଯାଇ ଯୁବକ ନିଖୋଜ
10/08/2019 at 4:39 PM

କଟକ ୧୦|୮: କଟକ କାଠଯୋଡିରେ ଗାଧୋଇବା ସମୟରେ ନଦୀରେ ଭାସି ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଖାନନଗର ନିକଟରେ ଗାଧୋଇବା ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ବାତ ମାରିଥିଲା ଯାହା ଫଳରେ ସେ ନଦୀରେ ଖସିପଡି ଭାସି ଯାଇଥିଲେ ।

କାଠଯୋଡିରେ ବନ୍ୟାଜଳ ଆସିବ ସହ ସେ ଭାସି ଯାଇଥିବା ସ୍ଥାନରେ ପ୍ରଖର ସ୍ରୋତ ଥିବାରୁ ଯୁବକ ଭାସି ଯାଇଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ଦୀର୍ଘ ସମୟ ଧରି ଖୋଜା ଖୋଜି କରିଥିଲେ ସୁଦ୍ଧା ନଦୀରେ ଭାସିଯାଇଥିବା ଯୁବକର କୌଣସି ପତ୍ତା ମିଳିନାହିଁ ।