ନାଳ ପାର ହେଉଥିବା ବେଳେ ଭାସିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | August 13, 2019 IST

କଳାହାଣ୍ଡି ୧୩|୮: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । ଫଳରେ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । କଳାହାଣ୍ଡିରେ ଗାଈ ଚରାଳୀ ଯୁବକମାନେ ନାଳ ପାରି ହେଉଥିବା ବେଳେ ପାଣିରେ ଭାସି ଯାଇ ଜଣେ ନିଖୋଜ ହୋଇଥିବାବେଳେ ଦୁଇ ଜଣ ବର୍ତ୍ତି ଯାଇଛନ୍ତି । କର୍ଲାମୁଣ୍ଡା ବ୍ଲକ୍ ସରାବର ନାଳରେ ଚାଲିଥିବା ବନ୍ୟାପାଣିରେ ଭାସିଯାଇ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ନିଖୋଜ ଜିତୁ ରଣା ଗାଈ ଚରାଇବାକୁ ଯାଇ ସନ୍ଧ୍ୟାରେ ଫେରୁଥିବା ବେଳେ ଭାସିଯାଇଥିଲେ । ସାଥୀରେ ଥିବା ଅନ୍ୟ ଦୁଇ ଜଣ ବର୍ତ୍ତି ଯାଇଥିବା ବେଳେ ବନ୍ୟା ପାଣିରେ ଜିତୁ ଭାସି ଯାଇଥିଲେ । ଏ ନେଇ ଆଜି ସୂଚନା ପାଇ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.