ବ୍ରାହ୍ମଣୀ ନଦୀରେ ବୁଡି ଯୁବକ ନିଖୋଜ, ଉଦ୍ଧାରକାର୍ଯ୍ୟ ଜାରି

Published By : Prameya-News7 Bureau | December 14, 2020 IST

ଢେଙ୍କାନାଳ ୧୪।୧୨: ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ଯୁବକ । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକର ମନ୍ଦାର ନିକଟସ୍ଥ ଦଲାର ବ୍ରାହ୍ମଣୀ ନଦୀ ଘାଟରେ ଏହି ଅଘଟଣ ଘଟିଛି । ନଦୀରେ ନିଖୋଜ ହୋଇଥିବା ଯୁବକ ଜଣଙ୍କ ସ୍ଥାନୀୟ ଦଲାର ଗ୍ରାମର ଆମ୍ବୁଜ ମଲ୍ଲିକ ବୋଲି ଜଣାପଡିଛି ।

{"id":377181,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଆମ୍ବୁଜ ନଦୀରେ ଗାଧୋଉଥିବାବେଳେ ଅସାବଧାନତା ବଶତଃ ନଦୀରେ ଭାସି ଯାଇଥିବା ଜଣାପଡିଛି । ଏହି ଘଟଣା ପରେ ଗ୍ରାମବାସୀ ନଦୀ କୂଳରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଗଣ୍ଡିଆରୁ ଦମକଳ ବାହିନୀ ପହଞ୍ଚି ନିଖୋଜ ଆମ୍ବୁଜଙ୍କୁ ନଦୀରେ ଖୋଜଖୋଜି କରିବା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.