ମାଛ ଧରିବା ବେଳେ ନଦୀରେ ବୁଡି ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | July 30, 2021 IST

ବଡବିଲ ୩୦।୭: କେନ୍ଦୁଝର ଜିଲ୍ଲା ଯୋଡ଼ାରେ ସୁନା ନଦୀରେ ବୁଡ଼ିଯାଇ ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ଯୋଡ଼ା ଉଲି ହଟିଙ୍ଗ ଅଞ୍ଚଳର ସ୍ବର୍ଗତଃ ଅମର ମୁଣ୍ଡାଙ୍କ ପୁଅ ପୁତୁଲ ମୁଣ୍ଡା ଓରଫ ଟୁରା । ଶୁକ୍ରବାର ଦିନ ପୁତୁଲ ନଦୀରେ ମାଛ ଧରୁଥିବା ବେଳେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି । ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏଯାଏଁ ଯୁବକଙ୍କ କୌଣସି ପତ୍ତା ମିଳିପାରିନାହିଁ । ପ୍ରଖର ନଦୀ ସ୍ରୋତରେ ଯୁବକ ଜଣଙ୍କ ଭାସିଯାଇଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.