ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ନିଖୋଜ ଯୁବକଙ୍କ ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | October 29, 2021 IST

ବାରଙ୍ଗ ୨୯।୧୦: ମୁଣ୍ଡଳୀ ବ୍ୟାରେଜରୁ ମହାନଦୀକୁ ଡେଇଁ ନିଖୋଜ ଥିବା ଯୁବକଙ୍କୁ ଆଜି ସକାଳେ ପୁଣି ଦମକଳ ବାହିନୀ ଖୋଜାଖୋଜି ଆରମ୍ଭ କରିଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଚନ୍ଦ୍ରମଣୀ ତ୍ରିପାଠୀ ଗୁରୁବାର ଏକ ସ୍କୁଟି ଯୋଗେ ଆସି ମହାନଦୀକୁ ଡେଇଁଥିଲେ ।

{"id":534987,"width":753,"height":414,"sizeSlug":"full","linkDestination":"none"}

ଖବର ପାଇ ଭୁବନେଶ୍ବର ସିଆରପି ଅଞ୍ଚଳରେ ରହୁଥିବା ପରିବାର ଲୋକେ ମୁଣ୍ଡଳୀ ବ୍ୟାରେଜ ନିକଟରେ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ କରିଥିଲେ । ନିଖୋଜ ଯୁବକ ଥିଲେ ଚନ୍ଦ୍ରମଣୀ ତ୍ରିପାଠୀ । ତାଙ୍କ ବୟସ ୩୫ ବର୍ଷ । ସେ ଏକ ଘରୋଇ ସଂସ୍ଥାରେ ଏଚଆର ଭାବେ କାର୍ଯ୍ୟ କରୁଥିଲେ । ଏଭଳି ଘଟଣା ପଛରେ କ’ଣ କାରଣ ରହିଛି ଘର ଲୋକେ ସ୍ପଷ୍ଟ କହି ନାହାନ୍ତି ।  

ଗୁରୁବାର ବାରଙ୍ଗ ପୋଲିସ ଏବଂ ଦମକଳବାହିନୀ ଖୋଜାଖୋଜି କରିବା ବେଳେ ସନ୍ଧା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.