ବ୍ରାହ୍ମଣୀ ନଦୀର ଗାଧୁଆ ତୁଠରୁ ଯୁବକଙ୍କୁ ଟାଣିନେଲା କୁମ୍ଭୀର

Published By : Prameya-News7 Bureau | July 16, 2019 IST

ପଟ୍ଟାମୁଣ୍ଡାଇ ୧୬|୭: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଯୁବକଙ୍କୁ ଟାଣି ନେଇଗଲା କୁମ୍ଭୀର । ନଦୀ କୂଳରେ ଥିବା ଲୋକଙ୍କ ଆଗରେ ଟାଣିନେଲା କୁମ୍ଭୀର । କୁମ୍ଭୀର ଟାମିନେଇଥିବା ଯୁବକଙ୍କ ନାଁ ହେଉଛି କୁନା ବରାଳ । ତାଙ୍କ ଘର ଆଳି ଥାନା ଅନ୍ତର୍ଗତ ସାହୁପଡା ଗାଁରେ । ଗାଁ ଲୋକେ  କୁନା ବରାଳକୁ ନଦୀ ଭିତରେ ଖୋଜାଖୋଜି କରୁଛନ୍ତି ।

ବ୍ରାହ୍ମଣୀ ନଦୀରେ ବରାବର ଏଭଳି ଦୁର୍ଘଟଣା ଘଟିଆସୁଛି । କେତେବେଳେ ମଣିଷ ତ କେତେବେଳେ ଗୃହପାଳିତ ପଶୁ କୁମ୍ଭୀରର ଶିକାର ହେଉଛନ୍ତି । କିଛି ଦିନ ତଳେ କୁମ୍ଭୀର ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.