ଯୁବକଙ୍କ ଉନ୍ମତକାଣ୍ଡ : ସ୍କୁଟିରୁ ମହିଳାଙ୍କୁ ଘୋଷାଡିନେଲେ, ଉଲଗ୍ନ ହୋଇ ପୋଲିସ ବାଡିରେ ପୋଲିସକୁ ପିଟିଲେ

Published By : Prameya-News7 Bureau | August 17, 2020 IST

ଭୁବନେଶ୍ବର ୧୭।୮:  ଭୁବନେଶ୍ବର ପିଏମଜି ଛକରେ ଯୁବକଙ୍କ ଉନ୍ମତକାଣ୍ଡ । ଅପରିଚିତ ମହିଳାଙ୍କୁ ସ୍କୁଟିରୁ ଘୋଷାଡି ଆଣି ମାଡ ମାରିବା ସହ ଅସଦବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏପରିକି ପୋଲିସ ଧରିବା ବେଳକୁ ଯୁବକ ଜଣଙ୍କ ଉଲଗ୍ନ ହୋଇପଡିଥିଲା । କେବଳ ଏତିକି ନୁହେଁ ପୋଲିସଠାରୁ ବାଡି ଛଡାଇ ଆଣି ପୋଲିସକୁ ପିଟିଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଶେଷରେ ଯୁବକକୁ କାବୁ କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ ।

{"id":315809,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି ସକାଳ ସାଢେ ୯ଟାରୁ ୧୦ ମଧ୍ୟରେ ଏଭଳି ଘଟଣା ଘଟିଛି । ପିଏମଜି ଛକରେ ଜଣେ ମହିଳା ଟ୍ରାଫିକରେ ଅଟକିଥିଲେ । ଏତିକି ବେଳେ ଜଣେ ଯୁବକ ତାଙ୍କ ଆଡକୁ ମାଡି ଆସିଥିଲେ ଏବଂ ତାଙ୍କୁ ଅସଦବ୍ୟବହାର କରିଥିଲେ । ଏହା ଦେଖି ଟ୍ରାଫିକ୍ ପୋଲିସ କର୍ମଚାରୀ ଏବଂ କିଛି ଯୁବକ ତାଙ୍କୁ ନିକଟକୁ ଦୌଡି ଆସି ଯୁବକଙ୍କୁ କାବୁ କରିନେଇଥିଲେ । ନିକଟରେ ଥିବା ପୋଲିସ କ୍ୟାମ୍ପକୁ ଉକ୍ତ ଯୁବକଙ୍କୁ ପୋଲିସ ନେଇଯାଇଥିଲା ।

{"id":315810,"sizeSlug":"large"}

ସେଠାରେ ହଠାତ୍ ଯୁବକ ଜଣଙ୍କ ନିଜ ପୋଷାକ ଖୋଲି ଉଲଗ୍ନ ହୋଇପଡିଥିଲା । ନିକଟରେ ଥିବା ବେଲଚା ଏବଂ ପୋଲିସ ବାଡି ଧରି ଯୁବକ ଜଣଙ୍କ ପୋଲିସଙ୍କୁ ଆକ୍ରମଣ କରିବାକୁ ଦୌଡିଥିଲେ । ଶେଷରେ ଯୁବକଙ୍କୁ ପୋଲିସ ଏବଂ କିଛି ଯୁବକ ମିଶି ସଂପୃକ୍ତ ଯୁବକଙ୍କୁ କାବୁ କରିନେଇଥିଲେ ।

{"id":315811,"sizeSlug":"large"}

କିଛି ସମୟ ପରେ ଯୁବକଙ୍କ ଘର ଲୋକ ମଧ୍ୟ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ସଂପୃକ୍ତ ଯୁବକଙ୍କୁ ନେବାକୁ ମନା କରିଦେଇଥିଲେ । ତେବେ ଯୁବକ ଜଣଙ୍କ ୟୁନିଟ୍ ୨ ଅଞ୍ଚଳର ବୋଲି ଜଣାପଡିଛି । ଘରଲୋକ ଯୁବକଙ୍କ ବିଷୟରେ କିଛି କହିନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.