ଭଉଣୀଙ୍କ ଦିଅର ପ୍ରେମକୁ ରିଜେକ୍ଟ ପଡିଲା ମହଙ୍ଗା, ଅନ୍ୟ ଯୁବକଙ୍କ ବିବାହ କରାଇବାକୁ କରୁଥିଲେ ଚେଷ୍ଟା

Published By : Prameya-News7 Bureau | November 10, 2021 IST

ଉମରକୋଟ ୧୦।୧୧: ଗାଁ ମଝିରେ ପ୍ରେମ ନିବେଦନକୁ ଅଗ୍ରାହ୍ୟ କରିବା ଯୁବତୀଙ୍କୁ ମହଙ୍ଗା ପଡିଛି । ଏହିଭଳି ଏଜ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ସୋନପୁର ଗାଁରେ ।

ସୂଚନାଯୋଗ୍ୟ ଯେ, ରାଇଘର ଥାନା ଛତାବେଡା ଗାଁର ଜଣେ ଯୁବତୀ ତାଙ୍କ ଭିଣୋଇଙ୍କ ସହ କାଳୀପୂଜା ଦେଖିବାକୁ ଭଉଣୀ ଘରକୁ ଯାଇଥିଲା । ଭିଣୋଇଙ୍କ ଭାଇ ତଥା ଭଉଣୀର ଦିଅର  ପୂର୍ବରୁ ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହୋଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ ମନରେ ସ୍ଥିର କରିନେଇଥିଲା । ଯୁବତୀ ଜଣଙ୍କ ତାଙ୍କ ଭଉଣୀଙ୍କ ଘରକୁ କାଳୀପୂଜା ଦେଖିବାକୁ ଆସିଥିଲେ । ଭିଣୋଇଙ୍କ ଭାଇଙ୍କ ପ୍ରେମକୁ ଅଗ୍ରାହ୍ୟ କରି ଅପମାନିତ କରିଥିବା ଯୁବତୀକୁ ସମସ୍ତଙ୍କ ଆଗରେ ଅପମାନିତ କରିବା ପାଇଁ ଚକ୍ରାନ୍ତ କରିଥିଲେ ।

କାଳୀପୂଜା ଉପଲକ୍ଷେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମସ୍ଥଳରେ ତିଆରି ହୋଇଥିବା ଅସ୍ଥାୟୀ ବାଥରୁମ ନିକଟକୁ ଯୁବତୀ ଏବଂ ଗାଁର ଅନ୍ୟ ଯୁବକଙ୍କୁ ବାଥରୁମରେ ଜବରଦସ୍ତି ରଖିଦେଇ ଗ୍ରାମବାସୀଙ୍କୁ ଡାକି ଦୁହିଁଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା କହି ମାଡ଼ ମାରିଖିଲେ । ଏହାସହ ଦୁହିଁଙ୍କୁ ବାହା କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । ଏହି ଘଟଣାର ଭିଡିଓ ଭାଇରାଲ କରାଯାଇଥିବା ବେଳେ ଏହାକୁ ନେଇ ଯୁବତୀ ଏବଂ ତାଙ୍କ ପରିବାର ପକ୍ଷରୁ ରାଇଘର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ରାଇଘର ପୋଲିସ କେଶ ନମ୍ବର ୨୧୨/୨୧ରେ ୩୪୧/୩୨୩/୩୫୪/୫୦୯/୫୦୬/୩୪ ଆଇପିସି ସେକ୍ସନ ୬୬ ଇଆଇଟି ଧାରା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.