Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

କରୋନା ସହ ଲଢ଼ିବାକୁ ସାହସ ଦେଲେ ରାଜ୍ୟ ସରକାରଙ୍କ ଯୁବମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର…

2/04/2020 at 10:22 PM

ଭୁବନେଶ୍ବର୨/୪: ସରକାରଙ୍କ ଲକ୍‌ଡାଉନ୍‌ ନିୟମକୁ ମାନିବାକୁ ରାଜ୍ୟବାସୀଙ୍କୁ ନିବେଦନ କଲେ ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର। କରୋନ ପୂରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ଏଥିରୁ ବାଦପଡି ନାହିଁ ଭାରତ। ଏହି କରୋନା ବା କୋଭିଡ-୧୯ ଭୂତାଣୁରେ ଓଡ଼ିଶା​‌ରେ ମଧ୍ୟ ୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଭଳି ସଂକଟଜନକ ପରସ୍ଥିତିରେ କରୋନା ସହ କିପରି ମୁକାବିଲା କରିବା ଏ ନେଇ ରାଜ୍ୟ ସରକାରଙ୍କ ଯୁବମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କଳାହାଣ୍ଡି ସମେତ ପୂରା ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କରୋନା ଏକ ଭୟଙ୍କର ଭାଇରସ୍‌। ଏଥିରୁ ରକ୍ଷା ପାଇବାକୁ ହେଲେ ସରକାରଙ୍କ ନିମୟକୁ କଡ଼ାକଡ଼ି ପାଳନ କରିବାକୁ ପଡିବ।

ଯୁବମନ୍ତ୍ରୀ ଦିବ୍ୟଶଙ୍କର ଆହୁରି ମଧ୍ୟ କହିଛନ୍ତି, ଏଭଳି ଅଭାବନୀୟ ପରିସ୍ଥିତିକୁ ରାଜ୍ୟବାସୀ ମିଳିମିଶି ସାମ୍ନା କରିବା। କରୋନା ବିରୋଧରେ ଲଢ଼େଇ କରୁଥିବା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା। କରୋନାର ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପକୁ ସେ ପ୍ରଂଶସା କରିଛନ୍ତି। ସାମାନ୍ୟ ଭୁଲ୍ ପାଇଁ ପରିବାର ସହ ପୂରା ସମାଜରେ ଆମେ କ୍ଷତି କରିବା ଠିକ୍‌ ନୁହେଁ। ତେଣୁ ମାତ୍ର ୨୧ ଦିନ ଘରେ ରହିଲେ ଆମେ ସୁସ୍ଥ ରହିବା ସହ ଆମ ଆଖପାଖ ଲୋକମାନେ ମଧ୍ୟ ସୁସ୍ଥ ରହିବା ବୋଲି ଶ୍ରୀ ମିଶ୍ର ଶେଷରେ କହିଛନ୍ତି।

   Related Posts