ନିଶା ନିବାରଣ କରିବାକୁ ଯାଇଥିବା ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

Published By : Prameya-News7 Bureau | August 23, 2019 IST

ଭୁବନେଶ୍ୱର - ନିଶା ନିବାରଣ ଗ଼ହରେ ଯୁବକଙ୍କୁ ପିଟି ହତ୍ୟା ଅଭିଯୋଗ । ଯୁବକଙ୍କ ପରିବାର ଲୋକେ ଅଭିଯୋଗ ଆଣିଲେ । ଗତ ଦୁଇଦିନତଳେ ନୟାପଲ୍ଲୀ ଅଞ୍ଚଳର ଜଣେ ମଦ୍ୟପ ଯୁବକଙ୍କୁ ତମାଣ୍ଡୋ ଥାନା ଅଧିନରେ ଥିବା ନିଶାନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ହେଲେ ସେହି ଯୁବଙ୍କର ମୃତ୍ୟୁ ନିଶା ନିବାରଣ କେନ୍ଦ୍ରରେ ହୋଇଯାଇଛି । ଯୁବକଙ୍କ ଶରୀର ସାରା କ୍ଷତ ଚିହ୍ନ ରହିଛି  । ଗୋଡରେ କଟାଦାଗ ଦେଖିବାକୁ ମିଳିଛି । ଏହିଭଳି ଯଣେ ଯୁବକଙ୍କ ମ଼ତଦେହ ଆଣି ଶବ ବ୍ୟବସ୍ଥେଦ ଘରେ ପକାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତ ବୁଧବାର ରାତିରେ ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗ ବିହାରରେ ଥିବା କମ୍ୟୁନିଟି ଫାଉଣ୍ଡେସନ ଅଫ ଇଣ୍ଡିଆ ନାମକ ନିଶା ନିବାରଣ କେନ୍ଦ୍ରରେ ଏହି ଯୁବକଙ୍କୁ ଭର୍ତ୍ତି କରାଯାଇଥିଲା। ନୟାପଲ୍ଲୀ ଅଞ୍ଚଳର ଅକ୍ଷୟ ମାଝି ନାମକ ଏହି ଯୁବକ ପ୍ରଚୁର ମଦ ପିଉଥିଲେ । ଆଉ ମଦନିଶା ଛଡାଇବା ପାଇଁ ଅକ୍ଷୟଙ୍କୁ ଏଠାରେ ରଖାଯାଇଥିଲା । ହେଲେ କିଏ ଓ କାହିଁକି ଅକ୍ଷୟଙ୍କୁ ହତ୍ୟାକଲା ତାର କାରଣ ଜଣାପଡିନାହିଁ

ଅନ୍ୟପଟେ କମିସନରେଟ ପୋଲିସ ଶବ ବ୍ୟବଛେଦ ଗ଼ହ ନିକଟରେ ପହଁଚି ଅକ୍ଷୟଙ୍କ ଇନକ୍ବେଷ୍ଟ କରିବା ସହିତ ଶବ ସତ୍କାର ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ସେପଟେ ଏହି ଘଟଣାରେ ପୋଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ପୋଲିସ କମିସନର  ସୁଧାଶୁଂ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ଶବ ବ୍ୟବଚ୍ଛେଦ ପରେ ପରିବାର ଓ ଅଞ୍ଚଳବାସୀ ନ୍ୟାୟ ପାଇଁ ପାସପୋର୍ଟ ଅଫିସ ନିକଟ ରାସ୍ତାରେ ଶବ ରଖି ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ କମିସନରେଟ ପୋଲିସ ପହଁଚି ଖୁବଶୀଘ୍ର ତଦନ୍ତ କରି ଦୋଷୀମାନଙ୍କୁ ଧରାଯିବ ବୋଲି ପ୍ରତିଶ୍ରୁଶତି ଦେବା ପରେ  ରାସ୍ତାରୋକ ହଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.