Friday, July 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩ ମାସର ଗର୍ଭବତୀ ପ୍ରେମିକାଙ୍କୁ ବିବାହ କରିଥିଲେ ଯୁବକ : କିଛି ଦିନ ପରେ ଉଜୁଡ଼ିଗଲା ସୁଖର ସଂସାର

ରେବାଡ଼ି ୨୫/୬ : ହରିୟାଣା ରେବାଡ଼ି ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏକ ଦମ୍ପତ୍ତିଙ୍କ ସଂସାର ବିବାହର ୩ ମାସ ପରେ ଛାରଖାର ହୋଇଯାଇଛି । ପ୍ରେମ ବିବାହ କରିଥିବା ଯୁବତୀ ବିବାହ ପରେ ତାଙ୍କ ବାପା ଘରକୁ ଯାଇଥିଲେ । ସେଠାରେ ତାଙ୍କ ବାପା ଘରଲୋକ ତାଙ୍କର ଗର୍ଭପାତ କରାଇଦେଇଥିଲେ । ଏବେ ଯୁବତୀଙ୍କ ସହ ତାଙ୍କ ସ୍ୱାମୀଙ୍କୁ ସାକ୍ଷାତ ମଧ୍ୟ କରିବାକୁ ଦେଉନାହାନ୍ତି ଯୁବତୀଙ୍କ ଘରଲୋକ ।  

ସୂଚନାଯୋଗ୍ୟ ଯେ, ଯୁବତୀ ପ୍ରେମ ବିବାହ କରିବା ପୂର୍ବରୁ ୩ ମାସର ଗର୍ଭବତୀ ଥିଲେ । ପ୍ରେମିକା ଗର୍ଭବତୀ ଥିବା ଜାଣିବାପରେ ଯୁବକ ମାର୍ଚ୍ଚ ୪ ତାରିଖରେ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କୁ ବିବାହ କରିଥିଲେ । ବିବାହର ପରେ ଯୁବତୀ ତାଙ୍କ ଘରକୁ ଯାଇଥିଲେ । କିନ୍ତୁ ଆଉ ଫେରିଲେନାହିଁ ।

ଯୁବକ ଷୋମବାର ଦିନ ସ୍ଥାନୀୟ ଥାନାରେ ଏ ସମ୍ପର୍କରେ ଏତଲା ଦେଇଥିଲେ । ନିଜ ପତ୍ନୀଙ୍କ ଜୀବନକୁ ବିପଦ ଥିବା ନେଇ ଯୁବକ ହାଇକୋର୍ଟରେ ଆବେଦନ କରିଛନ୍ତି । ଶୁଣାଣି ପରେ ଯୁବକଙ୍କୁ ଏସପି ସୁରକ୍ଷା ଦେବାପାଇଁ ନିର୍ଦେଶ ଦେଇଛନ୍ତି । 

ଯୁବତୀ ଗର୍ଭବତୀ ଥିବା ଜାଣି ଯୁବକ ତାଙ୍କୁ ତୁରନ୍ତ ବିବାହ କରିବାକୁ କହିଥିଲେ । ଯୁବତୀ ମଧ୍ୟ ଏଥିରେ ରାଜି ହୋଇଥିଲେ କିନ୍ତୁ ଯୁବତୀଙ୍କ ଘରଲୋକ ଏଥିରେ ରହିନଥିଲେ । ସେଥିପାଇଁ ଉଭୟ ଘର ଚଡି ପଞ୍ଚକୁଳରେ ଜୁନ ୪ ତାରିଖରେ ବିବାହ କରିଥିଲେ । ଜୁନ ୭ ତାରିଖରେ ଏମାନେ ହାଇକୋର୍ଟରେ ଆବେଦନ କରି ସୁରକ୍ଷା ନେଇଥିଲେ । ଜଣେ ମଧ୍ୟସ୍ଥଙ୍କ ଯୋଗୁଁ ବାହାଘର ପରେ ଯୁବକ ତାଙ୍କ ଶ୍ୱଶୁରଘରକୁ ଯିବା ଆସିବା ଆରମ୍ଭ କରିଥିଲେ । ମେ ୩୦ ତାରିଖରେ ଯୁବତୀ ତାଙ୍କ ଘରକୁ ଯାଇଥିଲେ । ଏତିକିବେଳେ ଯୁବତୀଙ୍କ ଘରଲୋକ ତାଙ୍କ ଗର୍ଭପାତ କରାଇଦେଇଥିଲେ । ଏବେ ଯୁବତୀଙ୍କ ଘରଲୋକ ତାଙ୍କୁ ତାଙ୍କ ସ୍ୱାମୀ ପାଖକୁ ଛାଡ଼ୁନାହାନ୍ତି । ଯୁବକ ତାଙ୍କ ଶ୍ୱଶୁରଘର ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

189 Views

   ସମ୍ବନ୍ଧିତ ଖବର