ବିଧବାଙ୍କ ସହ ଯୁବକଙ୍କ ବିବାହ କରାଇଲେ ଗ୍ରାମବାସୀ

Published By : Prameya-News7 Bureau | November 25, 2019 IST

ସୋନପୁର ୨୫। ୧୧ -ଜଣେ ବିଧବାଙ୍କ ସହ ଯୁବକଙ୍କ ବିବାହ କରାଇଲେ ଗ୍ରାମବାସୀ । କଥାଟା ଅଡୁଆ ଲାଗୁଥିଲେ ସତ । ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜାପୁର ବ୍ଲକ ଅନ୍ତର୍ଗତ କେଂଝିରିଆପାଲି ଗ୍ରାମରେ ଏହି ଘଟଣା ଘଟିଛି ।

୬ ମାସ ତଳେ ଜନୈକ ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପାଖରେ ଥିବା ୭ ଏବଂ ୫ ବର୍ଷୀୟ ଦୂଇପୁଅଙ୍କୁ ଏକ ସେବାଶ୍ରମ ଛାଡିଦେଇ ଏକାକୀ କେଂଝିରିଆପାଲି ଗାଁ ରେ ରହୁଥିଲେ ।
ଏହାରି ଭିତରେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଜଉଁରାଭଉଁରା ଗାଁର କୁଣେ ଯୁବକଙ୍କ ସହ ତାଙ୍କର ପେମ ସମ୍ପର୍କ ଗଢ଼ିଉଠିଥିଲା | ଗତ ରାତିରେ ଯୁବକ ଜଣଙ୍କ ମହିଳାଙ୍କ ଘରକୁ ଆସିଥିବାବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖିଥିଲେ ।

ଏହାପରେ ଗ୍ରାମରେ ଏକ ଏକ ସଭା କରାଯାଇଥିଲା | ଅଟକ ଯୁବକ ଓ ମହିଳାଙ୍କ ସହ ଦୀର୍ଘ ସମୟଧରି ଗ୍ରାମବାସୀଙ୍କ ଆଲୋଚନା ହୋଇଥିଲା । ତେବେ ଉଭୟେ ବିବାହ କରିବାକୁ ରାଜି ହେବାରୁ ଶେଷରେ ଗାଁ ଇଷ୍ଟଦେବୀଙ୍କ ନିକଟରେ ଉଭୟଙ୍କର ବିବାହ ହୋଇଥିଲା । ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.