Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

କରୋନା ଚିକିତ୍ସାରେ ଡାକ୍ତରଙ୍କୁ ସାହାଯ୍ୟ କରିବ ରୋବର୍ଟ : ଇଂ ଯୋଗେଶ ସାହୁଙ୍କ ରୋବର୍ଟକୁ ନେଇ ଚାରିଆଡ଼େ ଚର୍ଚ୍ଚା

15/04/2020 at 1:04 PM

ମହାସମୁନ୍ଦ ୧୫/୪: ସହରର ଯୁବ ଇଞ୍ଜିନିୟର ଦୁଇ ଜଣ ବନ୍ଧୁଙ୍କ ସହ ମିଶି ଏକ ଏପରି ରୋବର୍ଟ ପ୍ରସ୍ତୁତ କରିଛନ୍ତି,ଯାହା କରୋନା ଭାଇରସ୍ ସଂକ୍ରମଣ ସମୟରେ ଡାକ୍ତରଙ୍କ କାମରେ ଆସିପାରେ। ଏହି ରୋବର୍ଟ ସନ୍ଦିଗ୍ଧ ରୋଗୀଙ୍କ ସ୍ୟାମ୍ପଲ୍ ନେଇ ପାରିବ,କ୍ବାରେଣ୍ଟାଇନ୍ ଓ୍ବାର୍ଡ଼ରେ ଯାଇ ରୋଗୀଙ୍କ ଅବସ୍ଥା କ୍ୟାବିନରେ ବସିଥିବା ଡାକ୍ତରଙ୍କୁ ଦେଖାଇ ପାରିବ। କେବଳ ଏତିକି ନୁହେଁ ଆବଶ୍ୟକ ପଡ଼ିଲେ ଏହି ରୋବର୍ଟ ଜରିଆରେ ଡାକ୍ତର ରୋଗୀଙ୍କ ସହ କଥାବାର୍ତ୍ତା ମଧ୍ୟ କରିପାରିବେ। ଯୁବ ଟିମ୍ ଏବେ ଏହି ରୋବର୍ଟକୁ ଆହୁରି ଉନ୍ନତ କରିବାରେ ଏବଂ ଏହାକୁ ଅସଲ ଅବସ୍ଥାରେ ପରୀକ୍ଷଣ କରିବାକୁ ପ୍ରସ୍ତୁତି କରୁଛି ଯାହା ଫଳରେ ମେଡିକାଲ୍ ଟିମର ସାହାଯ୍ୟ କରାଯାଇପାରିବ।

ମହାସମୁନ୍ଦର ଗୁଡରୁପାରା ବାସିନ୍ଦା ଯୋଗେଶ ସାହୁ ବଲୌଦାବାଜାର ବାସିନ୍ଦା ପ୍ରବୀଣ ବର୍ମା ଏବଂ ବିଳାସପୁର ବାସିନ୍ଦା ହୃଷିକେଷ ଯାଦବଙ୍କ ସହ ମିଶି ଏହି ରୋବର୍ଟ ପ୍ରସ୍ତୁତ କରିଛନ୍ତି। ଏହାକୁ ପ୍ରସ୍ତୁତ କରିବାକୁ ପାଖାପାଖି ୨ମାସ ସମୟ ଲାଗିଥିଲା। ଯୋଗେଶ କହିଛନ୍ତି ଯେ ସେମାନେ ୩ଜଣ ଭିଲାଇର ଏକ ଇଞ୍ଜିନିୟରିଂ କଲେଜରେ ବିଇ ଫାଇନାଲର ଛାତ୍ର। ଏବର୍ଷ ସେମାନେ ୩ଜଣ ଏପରି ରୋବର୍ଟ ପ୍ରସ୍ତୁତ କରିବା ବିଷୟରେ ଚିନ୍ତା କରିଥିଲେ ଯାହା ସଙ୍କଟରେ ମଧ୍ୟ କାମରେ ଆସିବ। କରୋନା ଭାଇରସ୍ ଏବଂ ଲକଡାଉନ୍ ପରେ କଲେଜ ବନ୍ଦ ହେବା ପରେ ସେମାନେ ନିଜ ନିଜ ଘରକୁ ଚାଲି ଆସିଥିଲେ।

ଯୋଗେଶ କହିଛନ୍ତି ଯେ,ଏହି ରୋବର୍ଟକୁ ପ୍ରସ୍ତୁତ କରିବାରେ ମେଟାଲ୍ ଶିଟ୍,ପିବିସି ପାଇପ ଏବଂ କାଠର ଉପଯୋଗ କରାଯାଇଛି। ରୋବର୍ଟରେ ୧୧ମିଟର,ମାଇକ୍ରୋ ଫୋନ୍,ସ୍ପିକର ଏବଂ ଇଲେକ୍ଟୋନିକ୍ ବୋର୍ଡ଼ର ଉପଯୋଗ କରାଯାଇଛି। ଏହାର ଆଖିରେ ଏଲଇଡି ଲାଇଟ୍ ଲଗାଯାଇଛି। ଏହା ମୋବାଇଲ୍ ଫୋନରୁ କନେକ୍ଟ ହୋଇପାରିବ। ଆମେ ଚାହିଁଲେ ଏଥିରେ କ୍ୟାମେରା ଲଗାଇ ପାରିବା ଯାହା ଦ୍ବାରା ଏହାକୁ ଯେକୌଣସି ସ୍ଥାନକୁ ପଠାଯାଇ ପାରିବ। ଆମ ପାଖକୁ ଫଟୋ ଏବଂ ଭିଡିଓ ଆସି ପାରିବ। କେବଳ ଏତିକି ନୁହେଁ,ଏହାକୁ ଇଣ୍ଟରନେଟରେ ମଧ୍ୟ ଯୋଡ଼ା ଯାଇ ପାରିବ ଏବଂ ବିଶ୍ବର କୌଣସି ସ୍ଥାନରୁ ନିୟନ୍ତ୍ରଣ କରାଯାଇପାରିବ।

   Related Posts