Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ବାପ ସହ ଭାଉଜର ଥିଲା ସମ୍ପର୍କ, ଜାଣିଯିବାରୁ ବଡ଼ ପୁଅ ସହ ମିଶି ସାନ ପୁଅର ଜୀବନ ନେଲା ବୃଦ୍ଧ

8/11/2021 at 10:18 PM

ଲକ୍ଷ୍ନୌ ୦୮/୧୧: ଭାଉଜ ସହ ନିଜ ବାପକୁ ଆପତ୍ତିଜନକ ସ୍ଥିତିରେ ଦେଖିବା ଯୁବକଙ୍କ ପାଇଁ ଭାରୀ ପଡ଼ିଗଲା । ବଡ଼ ଭାଇ ଏବଂ ବାପା ମିଶି ଯୁବକଙ୍କୁ ହତ୍ୟା କରିଦେଲେ । ଉତ୍ତରପ୍ରଦେଶର ଲୌକ୍ଷ୍ନରେ ଏହି ଘଟାଣାଟି ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ୬୫ ବର୍ଷୀୟ ବାପ ଇରଫାନ ଅଲି ଏବଂ ତାର ବଡ଼ ପୁଅ ତନବୀର ରବିବାର ୨୪ ବର୍ଷୀୟ ଯୁବକ ଫରହାନଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ଦୁଇ ଜଣ ମିଶି ଫରହାନଙ୍କୁ ମାରିବା ପାଇଁ ଚକ୍ରାନ୍ତ ରଚିଥିଲେ। କାରଣ ସେ ନିଜ ବାପ ଏବଂ ଭାଉଜଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିନେଇଥିଲା। ଏହା ସହ ଏନେଇ ପରିବାରର ଅନ୍ୟ ସଦସ୍ୟଙ୍କୁ କହିଦେବେ ବୋଲି ଧମକ ଦେଇଥିଲେ । ଏହା ପରେ ବାପ ଏବଂ ବଡ଼ ଭାଇ ମିଶି ଫରହାନଙ୍କୁ ହତ୍ୟା କରିଥିଲେ ।

ଅକ୍ଟୋବର ୫ରେ ଅଭିଯୁକ୍ତ ଦ୍ବୟ ଫରହାନ ନିଜ ପ୍ୟାଣ୍ଟ ଫ୍ୟାକ୍ଟ୍ରିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ନେଇ ପୋଲିସକୁ ସୂଚନା ଦେଇଥିଲେ। କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟରେ ଗଳା ଚିପି ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଥିଲା। ଏହା ପରେ ପୋଲିସ ତଦନ୍ତ କରି ମୃତକଙ୍କ ବାପ ଏବଂ ବଡ଼ ଭାଇକୁ ଗିରଫ କରିଛି ।

   Related Posts