ମୃତ ଯୁବକଙ୍କ ଘରେ ପହଂଚି ସହାନୁଭୂତି ଜଣାଇଲେ, ସମସ୍ତେ ଭାବିଲେ ମୃତକଙ୍କ ବନ୍ଧୁ ହୋଇଥିବେ, ତାପରେ ଚୋରି କରି ନେଇଗଲେ ସ୍କୁଟର

Published By : Prameya-News7 Bureau | January 01, 2019 IST

ମଥୁରା ୧/୧ : ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରେ ମାନବିକତାର ମଜାକ ଉଡେଇଛନ୍ତି କିଛି ଯୁବକ | ଏହି ଜିଲ୍ଲାର ଏକ ଗାଁରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା | ମୃତ ଯୁବକଙ୍କ ଶବ ସତ୍କାର ବେଳେ ଆସିଥିବା ଲୋକଙ୍କ ମଧ୍ୟରୁ ୩ ଜଣ ଯୁବକ ମୃତ ଯୁବକଙ୍କ ଭିଣୋଇଙ୍କ ସ୍କୁଟର ନେଇ ଫେରାର ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି | ଫେରାର ହୋଇଥିବା ୩ଜଣ ଯୁବକଙ୍କୁ ମୃତ ଯୁବକଙ୍କ ପରିବାର ଲୋକେ ଚିହ୍ନିନଥିଲେ |

ମୃତ ଯୁବକଙ୍କ ଶବ ସତ୍କାର ପାଇଁ ଗାଁର ଅନେକ ଲୋକେ ଶବ ଉଠେଇବା ପାଇଁ ତାଙ୍କ ଘରେ ପହଂଚିଥିଲେ | ଭିଡ ଭିତରେ ୩ଜଣ ଯୁବକଙ୍କୁ ଦେଖି ଘରଲୋକଙ୍କୁ ଟିକେ ଅଡୁଆ ଲାଗିଥିଲେ | କିନ୍ତୁ ମୃତକଙ୍କ ଭିଣୋଇ ଅଜୟଙ୍କୁ ସେମାନେ ଯେଭଳି ଭାବେ ସହାନୁଭୂତି ଦେଉଥିଲେ ମୃତକଙ୍କ ପରିବାର ଲୋକେ ଭାବିଲେ ସେମାନେ ଅଜୟଙ୍କ ଚିହ୍ନା ପରିଚୟ | ଏପଟେ କିନ୍ତୁ ଅଜୟ ଭାବୁଥିଲେ ସେମାନେ ଶଳା ସଞ୍ଜୟଙ୍କ ବନ୍ଧୁ | ସେମାନେ କୋକେଇ କାନ୍ଧେଇ ସ୍ମଶାନକୁ ଗଲେ | ଅଜୟ ନିଜ ସ୍କୁଟିରେ ଯାଉଥିଲେ | ୩ଜଣ ଯୁବକଙ୍କ ଭିତରୁ ଜଣେ ଆସି ଅଜୟଙ୍କୁ କହିଲା ଯେ, ସେ ମଧ୍ୟ ଶଳାର କୋକେଇକୁ କାନ୍ଧେଇବା ଉଚିତ | ଯେହେତୁ ତାଙ୍କ ଶଳା ଯୁବା ବସ୍ଥାରେ ମୃତ୍ୟୁବରଣ କରିଛନ୍ତି | ଯୁବକର କଥା ଶୁଣି ଅଜୟ ରାଜି ହୋଇଯାଇଥିଲେ ଏବଂ ନିଜ ସ୍କୁଟି ସେହି ଯୁବକ ଦେଇ କୋକେଇ କାନ୍ଧେଇ ଶ୍ମଶାନକୁ ଗଲେ | ଶ୍ମଶାନରେ ପହଂଚି ଅଜୟ ଯେତେବେଳେ ନିଜ ସ୍କୁଟି ଖୋଜିଲେ ସେତେବେଳେ ତାଙ୍କ ସ୍କୁଟି ନଥିଲା କି ସେହି ୩ ଜଣ ଯୁବକ ମଧ୍ୟ ନଥିଲେ | ସେମାନେ ସ୍କୁଟି ନେଇ ଫେରାର ହୋଇଯାଇଥିଲେ | ପଚରାଉଚୁରାରୁ ଜଣାପଡିଥିଲା ଯେ, ସେମାନେ ୩ଜଣ ଅଜୟଙ୍କ ସାଙ୍ଗ ନଥିଲେ କି ମୃତ ସଞ୍ଜୟଙ୍କର ମଧ୍ୟ ସାଙ୍ଗ ନଥିଲେ | ବରଂ ସେ ୩ ଜଣ ଚୋରା ଥିଲେ | ଏନେଇ ସଞ୍ଜୟ ଥାନାରେ ଏକ ମାମଲା ରୁଜ୍ଜୁ କରିଛନ୍ତି | ପୋଲିସ ମାମଲା ଆଧାରରେ ଯାଞ୍ଚ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.