Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

“ସେ ମତେ ଧୋକା ଦେଇଛି, ସେଥିପାଇଁ ମୁ ଜୀବନ ହାରିଦେଉଛି” ଅଡିଓ ରେକର୍ଡିଙ୍ଗ କରି ଆତ୍ମହତ୍ୟା କଲେ ଯୁବକ

26/11/2018 at 4:16 PM

ରୁମ ଟାଙ୍କୁରୀ ଗଲା ଭଳି ଏକ ଆତ୍ମହତ୍ୟା ଖବର ଆସିଛି ଦିଲ୍ଲୀରୁ | ଜଣେ ଯୁବକ ହ୍ୱାଟ୍ସ ଆପରେ ଆତ୍ମହତ୍ୟାର ରେକର୍ଡିଙ୍ଗ କରିଥିଲେ ଏବଂ ଆତ୍ମହତ୍ୟାର କାରଣ କହିଥିଲେ | ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ଜିତେନ୍ଦ୍ର ସୋଧୀ | ତେବେ ଆତ୍ମହତ୍ୟାର କାରଣ ଆଉ କିଛି ନୁହେଁ ପ୍ରେମ ସମ୍ପର୍କ |

ଯୁବକ ଏବଂ ଯୁବତୀଙ୍କ ମଧ୍ୟରେ ୧୦ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା | ଅଡିଓ ରେକର୍ଡିଙ୍ଗରେ ଜିତେନ୍ଦ୍ର କହିଥିଲେ ଯେ, ପ୍ରେମିକା ତାଙ୍କୁ ଧୋକା ଦେଇଛି | କିନ୍ତୁ ସେ ଏଭଳି କରିପାରିବେ ନାହିଁ | ସେ ପ୍ରେମିକାଙ୍କ ବିନା ବଂଚିପାରିବେନି | ପ୍ରେମିକା ଦେଇଥିବା କଷ୍ଟକୁ ସେ ସହି ପାରୁନାହାନ୍ତି ଏବଂ ନିଜ ଜୀବନ ହରିଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଅଡିଓ ଟେପରେ କହିଥିଲେ ଜିତେନ୍ଦ୍ର | ସେ ରେକର୍ଡିଙ୍ଗରେ ପୁଣି ଦୋହରାଇଥିଲେ ଯେ, ତାଙ୍କ ଆତ୍ମହତ୍ୟାର କାରଣ ତାଙ୍କ ପ୍ରେମିକା ଯିଏକି ତାଙ୍କ ଭାବନାକୁ ବୁଝିପାରିଲାନାହିଁ | ତାଙ୍କ ଭାବନା ସହିତ ଖେଳ ଖେଳିଥିଲା | ସେ ଆହୁରି କହିଥିଲେ ଯେ, ଯୁବତୀଙ୍କ ପରିବାରଲୋକେ ଭାବୁଛନ୍ତି ଯେ, ଯୁବକ ତାଙ୍କ ଝିଅ ପଛରେ ଜବରଦସ୍ତି ପଡିଛି | ତଥାପି ଯୁବତୀ ମୁହଁ ଖୋଲିନଥିଲେ କି ନିଜ ଘରଲୋକଙ୍କୁ ସତ କହିନଥିଲେ | ଯୁବତୀଙ୍କ ଇଜ୍ଜତ ପଳେଇବା ଭାବି ଜିତେନ୍ଦ୍ର କାହାକୁ କିଛି ନକହି ଆତ୍ମହତ୍ୟା ନିଷ୍ପତ୍ତି ନେଇଥିଲେ |
ଯୁବକଙ୍କ ଆତ୍ମହତ୍ୟା ପରେ ପୋଲିସ ଘଟଣା ସତ୍ୟାସତ୍ୟ ଜାଣିବା ପାଇଁ ଚେଷ୍ଟା କରିଥିଲା | କିନ୍ତୁ ଘଟଣାରେ କୌଣସି ମାମଲା ରୁଜ୍ଜୁ ପାରିଲା ନାହିଁ | ଶେଷରେ ଜିତେନ୍ଦ୍ରଙ୍କ ଘରଲୋକେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ | ଏହାପରେ ଯୁବତୀ ଏବଂ ଯୁବତୀଙ୍କ ବାପାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା |

ସୂଚନାଯୋଗ୍ୟ ଯେ, ଦିଲ୍ଲୀର ରାଜେନ୍ଦ୍ର ନଗର ଅଂଚଳର ଜଣେ ଯୁବକ, ଜିତେନ୍ଦ୍ର ସୋଧୀ ଆତ୍ମହତ୍ୟା କରିଥିଲେ | ସେ ସିଭିଲ ସର୍ଭିସ ପାଇଁ ପଢାପଢି କରୁଥିଲେ | ଜଣେ ଯୁବତୀଙ୍କ ସହ ୧୦ ବର୍ଷ ହେଲା ତାଙ୍କର ପ୍ରେମ ସମ୍ପର୍କ ଥିଲା | ତେବେ ଯୁବତୀ ତାଙ୍କୁ ଧୋକା ଦେଇଥିବା କହି ଜିତେନ୍ଦ୍ର ଏକ ଅଡିଓ ରେକର୍ଡିଙ୍ଗ କରି ଆତ୍ମହତ୍ୟା କରିଥିଲେ |

   Related Posts