'ଦଳରେ ସୁରକ୍ଷିତ ନୁହେଁ' ଏମିତି ଅଭିଯୋଗ ନେଇ ପଦ ଛାଡିଲେ ଭଦ୍ରକ ବିଜେପି ଯୁବ ମୋର୍ଚ୍ଚା ସଭାପତି

Published By : Prameya-News7 Bureau | October 25, 2021 IST

ଭଦ୍ରକ, ୨୫/୧୦: ଦଳରେ ମୁଁ ନିଜେ ସୁରକ୍ଷିତ ନୁହେଁ । ଦଳ ପାଇଁ କାମ କରି ଦଳୀୟ କର୍ମୀଙ୍କର ଆକ୍ରମଣର ଶିକାର ହେଲି । ଆତ୍ମ ସୁରକ୍ଷା ପାଇଁ ଦଳ ଛାଡ଼ୁଛି । ଏମିତି କିଛି କହି ଦଳରୁ ଇସ୍ତଫା ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ବିକାଶ ଶ୍ରେଷ୍ଠା ।

ସୂଚନାଯୋଗ୍ୟ ଯେ ବିକାଶ ଶ୍ରେଷ୍ଠା ହେଉଛନ୍ତି ବିଜେପି ଯୁବମୋର୍ଚ୍ଚାର ଭଦ୍ରକ ଜିଲ୍ଲା ସଭାପତି । ସେ ଏବେ ବିଜେପିରୁ ଇସ୍ତଫା ଦେଇଛନ୍ତି । ଦଳୀୟ କର୍ମୀଙ୍କ ଆକ୍ରୋଶ ଓ ଆକ୍ରମଣର ଶିକାର ହୋଇ ପଦ ଛାଡିଛନ୍ତି । ଭଦ୍ରକ ଜିଲ୍ଲା ବିଜେପିକୁ ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି । ଭଦ୍ରକ ବିଜେପି ଏବେ ଅସାମାଜିକ ଓ ଉଶୃଙ୍ଖଳିତ କର୍ମୀଙ୍କ କବଜାରେ, ଆଉ ଏଭଳି କାର୍ଯ୍ୟକୁ ପଚ୍ଛଦପଟରେ ସୁରକ୍ଷା ଦେଉଛନ୍ତି ଦଳର ନେତା । ତେଣୁ ଦଳ ଭିତରେ ନିଜକୁ ଅସୁରକ୍ଷିତ ମନେ କରି ଶେଷରେ ଆଜି ଦଳରୁ ଇସ୍ତାଫା ଦେଇଛନ୍ତି ବିକାଶ ଶ୍ରେଷ୍ଠା । 

ଅଗଷ୍ଟ ୨୧ ତାରିଖ ଦିନ, ନିଜ ଦଳର କିଛି ଅସାମାଜିକ ତଥା ଉଶୃଙ୍ଖଳତି କର୍ମୀଙ୍କ ଆକ୍ରମଣ ଶିକାର ହୋଇ ପ୍ରଥମେ ଭଦ୍ରକ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥଲେ । ଏପରିକି ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ମିଳିଥିଲା । ଏ ନେଇ ଥାନାରେ ଅଭିଯୋଗ କରିବା ସହ ଦଳୀୟ ନେତାଙ୍କୁ ଅବଗତ କରିଥିଲେ ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା ।

ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ବିନା ଚୁପ ରହିଥିଲା ଦଳ । ଯାହକୁ ନେଇ ଦଳ ଭିତରେ ନିଜକୁ ଅସୁରକ୍ଷିତ ମନି ଆଜି ଦଳ ତ୍ୟାଗ କରିଛନ୍ତି । ବାରିପଦା ଠାରେ କର୍ମୀଙ୍କ ଆକ୍ରମଣକୁ ଦଳ ବିଶେଷ ଗୁରୁତ୍ବ ଦେଉଥିବା ବେଳେ ଦଳର ଜଣେ ଯୁବ ଜିଲ୍ଲା ସଭାପତିଙ୍କୁ ଦଳୀୟକର୍ମୀଙ୍କ ଆକ୍ରମଣରେ ଚୁପ ରହିବା, ନିଶ୍ଚିତ ଭାବେ ଅସାମାଜିକ ଓ ଉଶୃଙ୍ଖଳିତକର୍ମୀଙ୍କୁ ବିଜେପି ସୁରକ୍ଷା ଦେଉଛି ବୋଲି କହିଛନ୍ତି ଦଳ ଛାଡିଥିବା ଯବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.