Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଯୁବକକୁ ଛୁରି ଭୁଷି ହତ୍ୟା କଲେ ଦୁଇ ଯୁବତୀ

28/08/2019 at 4:37 PM

ଲକ୍ଷ୍ମୌ .- ଉତ୍ତର ପ୍ରଦେଶରେ ମଉ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକଙ୍କୁ ଦୁଇ ଜଣ ଯୁବତୀ ଛୁରି ଭୂଷି ହତ୍ୟା କରିଛନ୍ତ । ମଉ ଜିଲ୍ଲାର ହଳଧରପୁରରେ ମୁହଁରେ କପଡା ବାନ୍ଧି ଥିବା ୨ ଜଣ ଯୁବତୀ ଅଶୋକ ଯାଦବନାମକ ଯୁବକଙ୍କ ଘରେ ପହଞ୍ଚିଥିଲେ । ସେତିକି ବେଳେ ଅଶୋକ ଘରେ ନଥିଲେ । ସେମାନେ ତାଙ୍କ ବଡ ଭାଉଜଙ୍କୁ ଅଶୋକ ଘରେ ଅଛନ୍ତି କି ନାହିଁ ପଚାରି ଥିଲେ । ମାତ୍ରା ତାଙ୍କ ଭାଉଜ ସେ ନଥିବା କଥା କହିଥିଲେ ।

ଏହାର କିଛି ସମୟ ପରେ ଅଶୋକ ଘରକୁ ଫେରିଥିଲେ । ତାଙ୍କ ବଡ ଭାଉଜ ଏହି ଦୁଇ ଯୁବତୀଙ୍କ ବିଷୟରେ ପଚାରିଥିଲେ । ଅଶୋକ ତାଙ୍କ କଥା ଶୁଣିବାପରେ ତୁରନ୍ତ ମଟର ସାଇକେଲ୍‌ରେ ବସି ଦୁଇଜଣଙ୍କୁ ଖୋଜିବା ପାଇଁ ବାହାରିଯାଇଥିଲେ । ଏକ କେନାଲ ନିକଟରେ ଏମାନଙ୍କର ଦେଖା ହୋଇଥିଲା । ପରେ ଏମାନଙ୍କ ଭିତରେ ଯୁକ୍ତି ତର୍କ ହୋଇଥିବା ପ୍ରତ୍ୟକ୍ଷ ଦର୍ଶୀମାନେ କହିଛନ୍ତି । ଯୁବତୀ ଦୁଇ ଜଣ ଛୁରି କାଢି ଯୁବକଙ୍କ ପେଟରେ ଭୁଷି ଦେଇଥିଲେ । ଏହାପରେ ତାଙ୍କୁ ପିଟିବାରୁ ଯୁବକ ଜଣଙ୍କ ତଳେ ପଡିଯାଇଥିଲେ । ପରେ ଯୁବତୀ ଦୁଇ ଜଣ ସେଠାରୁ ଅନ୍ୟ ଜଣେ ଯୁବକଙ୍କର ମଟର ସାଇକେଲ୍‌ରେ ସେଠାରୁ ଫେରାର ହୋଇଯାଇଥିଲେ । ପାଖ ଆଖ ବିଲରେ କାମ କରୁଥିବା ଲୋକମାନେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତକରିଥିଲେ । ଡାକ୍ତର ସେଠାରେ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି
ଯୁବତୀ ଦୁଇଜଣ କିଏ , କେଉଁ କାରଣରୁ ଯୁବକଙ୍କୁ ସେମାନେ ହତ୍ୟା କଲେ ପୁଲିସ ସେହି ଘଟଣାର ତଦନ୍ତ କରୁଛି ।

   Related Posts