Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କିନ୍ନର ବେଶରେ ମହିଳାଙ୍କ ପାଖକୁ ଆସୁଥିଲା ଯୁବକ : ମହିଳାଙ୍କ ଲାସ୍ ମିଳିବା ପରେ ଖୋଲିଲା ରାଜ୍, ପୋଲିସ କଲା ଗିରଫ

13/11/2019 at 3:13 PM

ବିହାର ୧୩।୧୧ : କଟିଆରା ଜିଲ୍ଲା କୋଢା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।  ଜଣେ ମହିଳାଙ୍କୁ କିନ୍ନର ବେଶରେ ରହୁଥିବା ଯୁବକ ନିର୍ମମ ଭାବରେ ହତ୍ୟା କରିଛି । ମୃତ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ଲାଗି ଏହି ଯୁବକ କିନ୍ନରେ ବେଶରେ ସଜେଇ ହୋଇ ତାଙ୍କ ଘରକୁ ଯା ଆସ କରୁଥିୁବା ଜଣାପଡିଛି ।  ପୋଲିସ ଘଟଣାର ତଦନ୍ତ କରି ଜଣେ କିନ୍ନରରୂପୀ ଯୁବକକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଯୁବକ ତାର ଆଉ ଦୁଇଜଣ ସାଂଗଙ୍କ ସହ ମିଶି ଏହି ହତ୍ୟା କରିଥିବା ସ୍ବୀକାର କରିଛି । ତେବେ ହତ୍ୟାକାଣ୍ଡର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ ଯେ, ଗତ  ୧୦ତାରିଖ ସକାଳେ ମୁସାପୁର ପାଓ୍ବାରଗ୍ରୀଡ ନିକଟରେ ଜଣେ  ଅଜଣା ମହିଳାଙ୍କ ମୃତଦେହ ମିଳିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଥିଲା । ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ସଦର ମେଡିକାଲକୁ ପଠାଇଥିଲା । ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ, ମହିଳାଙ୍କୁ  ଦୁର୍ଷ୍କମ କରିବା  ପରେ ତାଙ୍କୁ ହତ୍ୟା କରାଯାଇଛି । ମୃତ ମହିଳାଙ୍କ ନାମ ଚାନ୍ଦନୀ ଦେବୀ ବୋଲି ପୋଲିସ ସୂଚନା ଦେଇଛି ।

ପୋଲିସ ସୂଚନା ଅନୁସାରେ, ରବିବାର ସଧ୍ୟାରେ ମୃତ ମହିଳା ବସଗଡାର ନିବାସୀ  କିନ୍ନର ମିଠୁ ଓରଫ କାଜଲଙ୍କ ସହିତ ବୁଲିବାକୁ ଯାଇଥିଲେ । ତେବେ ମହିଳାଙ୍କ ମୃତଦେହ ମିଳିବା ପରେ ମିଠୁ ନିଖୋଜ ଥିଲା । ତେଣୁ  ମିଠୁ ଉପରେ ପୋଲିସର ସଂଦେହ ହୋଇଥିଲା । ପୋଲିସ ଛାନଭିନ ଆରମ୍ଭ କରି ମିଠୁର ଫୋନ୍ ଟ୍ୟାପିଂ କରି ଭାଗଲପୁର ଅଞ୍ଚଳରୁ ତାକୁ ଗିରଫ କରି କଟିଆର ଆଣିଥିଲା । ପୋଲିସର ପଚରାଉଚରା ସମୟରେ ଅଟକ ଥିବା ମିଠୁ ନିଜେ ଓ  ତା ସହିତ ଆଉ ଦୁଇ ଜଣ ଏହି ଘଟଣାରେ ସାମିଲ ଥିବା କଥା ସ୍ବୀକାର କରିଛି । ମିଠୁର  ମେଡିକାଲ ଯାଞ୍ଚ କରାଯାଇଥିଲେ । ଯାଞ୍ଚ ବେଳେ ଜଣା ପଡିଛି ଯେ, ମିଠୁ କିନ୍ନର ନୁହେଁ ବରଂ ସ୍ବଭାବିକ ପୁରୁଷ ।

 ଗିରଫ  ମିଠି ଶାରୀରିକ ସୁଖ ପାଇଁ କିନ୍ନର ବେଶ ବେଶଭୁଷାରେ ରହୁଥିଲେ । ଫଳରେ ତାଙ୍କୁ କେହି ସନ୍ଦେହ କରିବେ ନାହିଁ ବୋଲି ପୋଲିସ ଅନୁମାନ କରୁଛି । ହତ୍ୟାକାଣ୍ଡର କାରଣ ସମ୍ପର୍କରେ ମିଠୁ କୌଣସି ନିର୍ଦ୍ଦିଷ୍ଟ କଥା କହୁନଥିବାରୁ ପୋଲିସ ଅଡୁଆରେ ପଡିଛି । ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାରୁ ମାମଲା ଆହୁରି ସଂଗୀନ ହୋଇପଡିଛି ।

   Related Posts