Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପରକୀୟା ପ୍ରୀତି : ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା

17/01/2019 at 11:12 AM

ମାଲକାନଗିରି ୧୭|୧: ପରକୀୟା ପ୍ରୀତି ଅଭିଯୋଗରେ ଯୁବକଙ୍କୁ ହତ୍ୟା ଅଭିଯୋଗ ହୋଇଛି । ଗାଁ ରାସ୍ତାରେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଛି । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମପିଭି-୪ ଗାଁର ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ଏମପିଭି-୪ ଗାଁର ନିରଞ୍ଜନ ସର୍ଦ୍ଦାର । ପତ୍ନୀଙ୍କ ସହ ସଂପର୍କ ଥିବା ସନ୍ଦେହରେ ସ୍ବାମୀ ବୈରାଗୀ, ନିରଞ୍ଜନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । କାଲି ରାତିରେ ବେଜାଙ୍ଗିୱାଡା ଯାତ୍ରା ଦେଖିବାକୁ ଯାଉଥିବା ସମୟରେ ତାଙ୍କୁ ଭୁଜାଲିରେ ଭୁଶି ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ବୈରାଗୀ ଫେରାର ହୋଇ ଯାଇଛି । ଘଟଣା ନେଇ କାଲିମେଳା ଥାନା ପୋଲିସ ତଦନ୍ତ କରୁଛି ।

   Related Posts