ପୁଅର ଆକ୍ରମଣରେ ମା ମୃତ, ମାକୁ ମାରି ମାଟି ତଳେ ପୋତି ଦେଇଥିଲା ଜହ୍ଲାଦ ପୁଅ
9/03/2019 at 9:26 AM

କୋକସରା ୯|୩ : ଜହ୍ଲାଦ ପୁଅ । ପ୍ରଥମେ ବୃଦ୍ଧା ମାଆକୁ ଛୁରୀରେ ଆକ୍ରମଣ ପରେ ଗୁରତର ମାଆର ଚିକିତ୍ସାଧୀନ ଆବସ୍ଥାରେ ମୃତ୍ୟୁ ପରେ ପୋତି ଦେବା ଭଳି ଜଘନ୍ୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ତୁନ ଗାଁରେ । ଗତ ୨୫ ତାରିଖରେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ତୁନ ଗାଁର ବିଧବା ଲଙ୍କା ବେଓ ମଦ୍ୟପ ପୁଅର ଛୁରା ମାଡରେ ଗୁରୁତର ହୋଇ କୋକସରା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗୁରୁତର ମାଆର ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଡାକ୍ତର ସ୍ଥାନାନ୍ତର ପାଇଁ ପୁଅ ରମେଶ ବେମାଲକୁ କହିଥିଲେ । ହେଲେ ପୁଅ ଗୁରୁତର ମାଆକୁ ଘରକୁ ନେଇ ଆସିଥିଲା । ୭ତାରିଖ ରାତିରେ ଲଙ୍କା ବେଓ ଙ୍କୁ ମାଟି ତଳେ ପୋତି ଦେଇଥିଲା । ଏ ନେଇ ପୋଲିସ ଖବର ପାଇବା ପରେ ମାଟି ଖୋଳି ଶବ ଉଦ୍ଧାର କରଛି। ମାଜିଷ୍ଟ୍ରେଟର ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ପୁଅ ରମେଶ ବେମାଲ ଅଟକ ରଖି ଜେରା କରିଛି ।