ପ୍ରେମିକା ଆଭଏଡ଼ କଲା ବୋଲି ତାକୁ ମାରି ଟୁକୁଡା ଟୁକୁଡା କରିଦେଲା ରିଜୱାନ, ଶବକୁ ଭସେଇ ଦେଲା ନଦୀରେ

Published By : Prameya-News7 Bureau | September 29, 2018 IST

ସିନେମାର ପ୍ରେମ କାହାଣୀ ଭଳି ଆରମ୍ଭ ହୋଇଥିବା ସମ୍ପର୍କ ଶେଷରେ ଜଘନ୍ୟ ହତ୍ୟାକାଣ୍ଡରେ ଅନ୍ତ ହୋଇଥିଲା | ଦିଲ୍ଲୀ ନିଜାମୁଦ୍ଦିନ ଅଂଚଳର ଏକ କଲୋନୀରେ ରହୁଥିଲା ରିଜୱାନ ଖାନ | ଜିଉଁଥିଲା ରକ ଷ୍ଟାର ଭଳି ଜୀବନ | ଭଲ ଗୀତ ଗାଇବା ସହ ରିଜୱାନ ଭଲ ଗୀଟାର ଓ ମାଣ୍ଡୋଲିକ ବଜାଏ | ଭଲ ବଂଶୀ ବି ବଜାଏ | ୟୁଟ୍ୟୁବରେ ତାର ଭିଡିଓ ଏବଂ ମ୍ୟୁଜିକ ବେଶ ଲୋକପ୍ରିୟ ହୋଇଥିଲା | ଦୁଇ ବର୍ଷ ତଳେ ହଜରତ ନିଜାମୁଦ୍ଦିନଙ୍କ ଉର୍ତ୍ସ ଉତ୍ସବରେ ମ୍ୟୁଜିକ ପରିବେଷଣ କରିଥିଲା | ଏହି ଉତ୍ସବରେ ରିଜୱାନ ପ୍ରତି ଆକୃଷ୍ଟ ହୋଇଥିଲା ତାରି କଲୋନୀର ଯୁବତୀ ସାଇମା | ସାଇମା ନିଜର ଜଣେ ବାନ୍ଧବୀଙ୍କ ଜରିଆରେ ରିଜୱାନର ଟେଲିଫୋନ ନମ୍ବର ସଂଗ୍ରହ କରି ରିଜୱାନକୁ ମେସେଜ ପଠାଇଥିଲେ | ତା'ପରେ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢ଼ିଲା | ରିଜୱାନ ଓ ସାଇମାଙ୍କ ସାକ୍ଷାତ ହେଲା | ନିଜ ଗୀଟାରରେ ସାଇମାଙ୍କ ପାଇଁ ରିଜୱାନ ବହୁ ଗୀତ ମଧ୍ୟ ଗାଇଥିଲା | ସୂଚନାଯୋଗ୍ୟ ଯେ, ରିଜୱାନର ପିତାଙ୍କ ପରଲୋକ ହୋଇସାରିଥିବ ବେଳେ ମା ଜଣେ ରାଷ୍ଟ୍ରଦୂତଙ୍କ ଘରେ କାମ କରନ୍ତି | ରିଜୱାନର ଗୋଟିଏ ଭାଇ, ସେ ବିପିଓରେ କାମ କରେ | ରିଜୱାନ ଓ ସାଇମା ଗୋଟିଏ କଲୋନୀରେ ରହୁଥିବାରୁ ସେମାନଙ୍କ ପ୍ରେମ କାହାଣୀ ବିଶେଷ ଚର୍ଚ୍ଚିତ ହୋଇଥିଲା | ରିଜୱାନ ଓ ସାଇମାଙ୍କ ପରିବାର ମଧ୍ୟ ଏ ସମ୍ପର୍କ ବିଷୟରେ ଜାଣିଥିଲେ | ଉଭୟଙ୍କ ବିବାହ ପାଇଁ ଉଭୟ ପରିବାର ସମ୍ମତ ହୋଇଥିଲେ | ସାଇମାଙ୍କ ବୟସ ୧୮ ହୋଇଥିବାରୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିଷ୍ପତ୍ତି ହୋଇଥିଲା | ଦୁଇ ପରିବାରର ସହମତି ଥିବାରୁ ଉଭୟଙ୍କ ମିଳାମିଶା ନେଇ କୌଣସି ପ୍ରତିବନ୍ଧକ ନଥିଲା କି କଲୋନୀର ମଧ୍ୟ କେହି ଆଙ୍ଗୁଠି ଉଠାଇନଥିଲେ | ରିଜୱାନ ବେଶ ଫେସବୁକରେ ଥିଲା ଓ ଏହା ସାଇମାକୁ ମଧ୍ୟ ପସନ୍ଦ ଥିଲା | ଇତି ମଧ୍ୟରେ ରିଜୱାନ ଇଣ୍ଡିଆନ ଆଇଡ଼ଲରେ ମଧ୍ୟ ଅଂଶ ଗ୍ରହଣ କରିଥିଲା | କିନ୍ତୁ ଗୋଟିଏ ଦୁଇଟି ରାଉଣ୍ଡରୁ ହିଁ ଶୋ' ରୁ ବାହାରିଯାଇଥିଲା | ତେବେ ରିଜୱାନ ଇଣ୍ଡିଆନ ଆଇଡ଼ଲରୁ କାଟିବା ପରଠୁ ଧୀରେ ଧୀରେ କୌଣସି କାରଣରୁ ରିଜୱାନ ଏବଂ ସାଇମାଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା | ରିଜୱାନଙ୍କୁ ସାଇମା ଅଭଏଡ଼ କରିବା ଆରମ୍ଭ କରିଥିଲା | ଏଥିରେ ରିଜୱାନ ପ୍ରଥମେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲା | ସାଇମାର ପରିବାର ମଧ୍ୟ ଏଥିରେ ହସ୍ତକ୍ଷେପ କରିଥିଲେ | କିନ୍ତୁ ସାଇମା ରିଜୱାନ ସହ ସମ୍ପର୍କ ଆଉ ଆଗକୁ ବଢାଇବାକୁ ଚାହୁଁନଥିଲା | ସାଇମା ଏମିତି କାହିଁକି କରୁଥିଲା ସେ ସମ୍ପକରେ ସେ କାହାକୁ କିଛି କହୁନଥିଲା | ତେବେ ସାଇମା ଅନ୍ୟ କାହା ସହ ଫୋନରେ କଥାବାର୍ତ୍ତା କରୁଥିବା ଦେଖି ରିଜୱାନ କହୁଥିଲା ଯେ, ଆଉ କାହାସହ ସାଇମାର ଆଫୟାର୍ସ ଚାଲିଛି | ଏହା ପରଠୁ ସାଇମାକୁ ରିଜୱାନ ସର୍ବ ସାଧାରଣରେ ଠାରେ ଦୁଇ ଥର ଭୀଷଣ ଭାବେ ଅପମାନିତ କରିଥିଲା | ତଥାପି ସାଇମା ତା ନିଷ୍ପତ୍ତିରେ ଅଟଳ ରହିଥିଲା | ଗତ ରବିବାର ଦିନ ରିଜୱାନର ଭାଇ ସମୀର ଏହି ଘଟଣାରେ ହସ୍ତକ୍ଷେପ କରିଥିଲା | ରିଜୱାନ ଓ ସାଇମା ମଧ୍ୟରେ ଥିବା ବିବାଦ ତୁଟାଇବା ପାଇଁ ସେ ଉଭୟଙ୍କୁ ନିଜ ଘରକୁ ଡାକିଥିଲା | ଉଭୟ ସମୀରର ଘରେ ପହଂଚିଥିଲେ | ସେଠାରେ ସମୀରର ଉପସ୍ଥିତିରେ ସାଇମାକୁ ବୁଝାଇବାକୁ ଚେଷ୍ଟା କରିଥିଲା ରିଜୱାନ | କିନ୍ତୁ ସାଇମା ନିଜ ଜିଦରେ ଅଟଳ ରହିଥିଲା | ଏଥିରେ ରାଗିଯାଇ ରିଜୱାନ ହଠାତ ସାଇମାର ବେକକୁ ଏକ କଟୁରୀରେ କାଟି ଦେଇଥିଲା | ସାଇମା ତଳେ ପଡିଯିବା ପରେ ସମୀର ଓ ରିଜୱାନ ମିଶି ସାଇମାକୁ ଟିକ ଟିକ କରି କାଟି ଦେଇଥିଲେ | ତା ପରେ ଏକ ବ୍ୟାଗରେ ସାଇମାର ଟୁକୁଡାକୁ ଭର୍ତ୍ତି କରି ରିଜୱାନ ବାରମୁଳା ବ୍ରିଜ ଉପରୁ ବ୍ୟାଗଟି କୁ ନଦୀ ଭିତରକୁ ଫିଙ୍ଗି ଦେଇଥିଲା | ସାଇମାର ପରିବାର ଲୋକେ ସାଇମାକୁ ଖୋଜାଖୋଜି କରି ନିରାଶ ହୋଇଥିଲେ | ପୋଲିସ ନିକଟରେ ମିସିଙ୍ଗ ରିପୋର୍ଟ ଦେଇଥିଲେ | ସାଇମା ନିଖୋଜ ହେବା ପରଠୁ ରିଜୱାନ ମଧ୍ୟ ଫେରାର ଥିଲା | ସେଥିପାଇଁ ପୋଲିସ ଭାବୁଥିଲା ବୋଧେ ସାଇମାକୁ ନେଇ ରିଜୱାନ ଫେରାର ହୋଇଯାଇଛି | ତେବେ ଗତକାଲି ରିଜୱାନ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ସହ ସମସ୍ତ ଘଟଣା ପୋଲିସକୁ କହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.