ଆକୁଳ ହୋଇ ଗାଁ ଲୋକେ ଡାକିଲେ, ହେଲେ ଆସିଲାନି ପୋଲିସ: ୫ରାଉଣ୍ଡ ଗୁଳି ଚଳାଇ ଜଣଙ୍କୁ ମାରିଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | January 21, 2019 IST

ପଟାମୁଣ୍ଡାଇ ୨୧|୧: ସୂଚନା ପାଇ ବି ଆସିଲାନି ପୋଲିସ । ଗାଁ ଦାଣ୍ଡରେ ମର୍ଡ଼ର କରିବାକୁ ସୁଯୋଗ ପାଇଲେ ଅପରାଧୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର କଣ୍ଡିରା ଗାଁରେ ଏମିତି ଘଟଣା ସ୍ଥାନୀୟ ପୋଲିସର ଆକ୍ସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗାଁର ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ତାତିଥିଲେ ଗାଁ ଲୋକେ ।

{"id":76637}

ଖବର ପରେ ବି ଆସିଲାନି ପୋଲିସ । ପୋଲିସ୍‌ ନିଷ୍କ୍ରିୟତାର ସୁଯୋଗ ନେଲେ ଅପରାଧୀ । ଗାଁ ଦାଣ୍ଡରେ କଲେ ମର୍ଡ଼ର ।କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର କଣ୍ଡିରା ଗାଁରେ ଏମିତି ଏକ ଘଟଣାକୁ ନେଇ ତାତିଥିଲେ ଗାଁ ଲୋକେ । ଆଉ ପୋଲିସ ନଷ୍କ୍ରିୟତା ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ ।

{"id":76638}

। ଏବେ ଘଟଣାର ଫ୍ଲାସ୍‌ବ୍ୟାକ୍‌କୁ ଯିବା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତି ଅଧରେ କଣ୍ଡିରା ଗାଁରେ ୩ଜଣ ଦୁର୍ବୃତ୍ତ ବନ୍ଧୁକ ଧରି ଚଳାଇଥିଲେ ଆତଙ୍କରାଜ । ଗାଁର ହେମନ୍ତ ସେଠୀଙ୍କୁ ଖୋଜିଥିଲେ ।  ଗାଁ ଲୋକେ ସେମାନଙ୍କ ଭିତରୁ ଜଣକୁ କାବୁ କରିନେଇଥିଲେ । ଖସି ଯାଇଥିଲେ ୨ଜଣ । ସ୍ଥାନୀୟ ଜରିମୂଳ ଗାଁର ପବିତ୍ର ସ୍ବାଇଁଙ୍କୁ ଧରିବା ପରେ ପୋଲିସକୁ ଖବର ଦିଆଯାଇଥିଲା । ହେଲେ ପୋଲିସ୍‌ ଶୁଣିନଥିଲା ।

{"id":76639}

ପୋଲିସ ଆସିବା ବଦଳରେ ପାଲଟା ଅପରାଧୀକୁ ଗାଡ଼ିରେ ବସାଇ ଥାନାକୁ ଆଣିବାକୁ କହି ଚୁପ୍‌ ବସିପଡ଼ିଲା । ଆଉ ଏହାର ସୁଯୋଗ ନେଲେ ଅପରାଧୀ । କିଛି ସମୟ ପରେ ଖସିଯାଇଥିବା ଦୁଇ ଦୁର୍ବୃତ୍ତ ସେମାନଙ୍କ ଗ୍ୟାଙ୍ଗ୍‌କୁ ଧରି ନିଜ ସାଥୀଙ୍କୁ ଛଡ଼ାଇ ନେବାକୁ ଆସିଥିଲେ । ଗାଁ ଲୋକେ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କଲା ବେଳେ ୫ରାଉଣ୍ଡ ଗୁଳି ଚଳାଇଥିଲେ ଦୁର୍ବୃତ୍ତ । ଆଉ ଦୁର୍ବୃତ୍ତଙ୍କ ଗୁଳିରେ ଟଳିପଡ଼ିଥିଲେ ଗାଁର ଜଣେ ଯୁବକ କିଶୋର ସେଠୀ । ଗାଁରେ ପୋଲିସ ପହଞ୍ଚିଲା ବେଳକୁ ସବୁ ଖେଳ ସରିଯାଇଥିଲା । ୭ଜଣ ଦୁର୍ବୃତ୍ତଙ୍କ ଭିତରୁ ଜଣକୁ ଧରି ପୋଲିସ ଜିମା ଦେଇଥିଲେ ଲୋକେ ।

{"id":76640}

ଠିକଣା ସମୟରେ ପୋଲିସ ପହଞ୍ଚିଥିଲେ ହୁଏତ ଏମିତି ଏକ ମର୍ଡ଼ର କରିବାକୁ ସୁଯୋଗ ପାଇନଥାନ୍ତେ ଅପରାଧୀ । ହେଲେ ସେକଥା ହେଲାନି, ଏବେ ଅପରାଧୀଙ୍କୁ ଖୁବ୍‌ ଶୀଘ୍ର ଧରିବାକୁ ଭରସା ଦେଇ ମ୍ୟାନେଜ୍‌ କରିବାକୁ ଚେଷ୍ଟା କରୁଛନ୍ତି ଏସଡିପିଓ । ଗୋଟେପଟେ ପୋଲିସ ବିଭାଗର ମୁଖିଆ ପୋଲିସକୁ ପିପୁଲସ୍‌ ଫ୍ରେଣ୍ଡଲି ହେବାକୁ ଆହ୍ବାନ୍‌ ଦେଉଥିବା ବେଳେ ପଟ୍ଟାମୁଣ୍ଡାଇ ପୋଲିସ ପାଖରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.