କଟକ ପିଠାପୁରରେ ଦିନ ଦ୍ୱିପ୍ରହରରେ ଗୁଳି ମାରି ଯୁବକଙ୍କୁ ହତ୍ୟା

Published By : Prameya-News7 Bureau | September 23, 2018 IST

କଟକ ୨୩/୯ : କଟକ ପିଠାପୁର କୋଠାସାହି ଗଳିରେ ଦିନ ଦ୍ୱିପ୍ରହରରେ ଗୁଳି ମାରି ଯୁବକଙ୍କୁ ହତ୍ୟା କରାଯାଇଛି | ଟଙ୍କା କାରବାର ହତ୍ୟାକାଣ୍ଡର ମୂଳ କାରଣ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି | ବାକି ଟଙ୍କା ଦେବା ପାଇଁ ଯୁବକଙ୍କୁ ଡାକି ଗୁଳିକରି ହତ୍ୟା କରାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ପୋଲିସ୍ ଜାଣିବାକୁ ପାଇଛି | ମୃତ ଦେହ ଯେଉଁ ଘର ନିକଟରେ ପଡିଥିଲେ, ସମ୍ପୃକ୍ତ ଘର ମାଲିକ ଓ ତାଙ୍କ ପରିବାର ଫେରାର ଥିବା ପୋଲିସ ସୂଚନା ଦେଇଛି | ଦିନ ଦ୍ୱିପ୍ରହରରେ କଟକ ସହରରେ ଫୁଟିଲା ଗୁଳି | ଗୁଳି କରି ଦୁର୍ବୁତ୍ତ ମାନେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି | ପୋଲିସ ସୂଚନା ଅନୁସାରେ ଭଗତପୁରର ବ୍ୟବସାୟୀ ଦିଲ୍ଲୀପ ସାହୁ ମାଲଗୋଦାମରେ ବ୍ୟବସାୟ କରନ୍ତି | ତେବେ କିଛି ଲୋକଙ୍କ ଉପରେ ତାଙ୍କର କିଛି ଟଙ୍କା ବାକି ଥିଲା | ସେହି ବାକି ଟଙ୍କା ଦେବା ପାଇଁ ଆଜି ପିଠାପୁର କୋଠାସାହି ଗଳିରେ କିଛି ଯୁବକ ତାଙ୍କୁ ଡାକିଥିଲେ | ତେବେ ଦିଲ୍ଲୀପ ଟଙ୍କା ନେବା ପାଇଁ ପହଞ୍ଚିବା ପରେ ଯୁବକ ମାନଙ୍କ ସହ ତାଙ୍କର ବଚସା ହୋଇଥିଲା | ପରେ ଯୁବକ ମାନେ ଦିଲ୍ଲୀପଙ୍କ ଉପରକୁ ପ୍ରାୟ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିଲେ | ଗୁଳି ଗୁଡିକ ଦିଲ୍ଲୀପଙ୍କ ଡାହାଣ ପଟ ଛାତିରେ ବାଜିଥିଲା | ଘଟଣାସ୍ଥଳରେ ହିଁ ଦିଲ୍ଲୀପଙ୍କ ମୃତ୍ୟୁ ଘଟିଥିଲା | ଗୁଳିକାଣ୍ଡ ପରେ ପୁରୀ ଘାଟ ଓ ବାଦାମବାଡି ଥାନା ପୋଲିସ୍ ଘଟଣାସ୍ଥଳରେ ପଗଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି | ଡିସିପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି | ସାଇଣ୍ଟିଫିକ୍ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି | ଘଟଣାସ୍ଥଳରୁ ପାଞ୍ଚଟି ଖୋକା ଜବତ କରାଯାଇଛି | ତେବେ ସହରରେ ଗୋଟିଏ ପଟେ ଗଣେଶ ଭସାଣୀ ଚାଲିଥିବା ବେଳେ, ସ୍ପଷ୍ଟ ଦିବାଲୋକରେ ଏଭଳି ଘଟଣା ପୋଲିସ ବନ୍ଦୋବସ୍ତ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.