ସାଙ୍ଗକୁ ଆକ୍ରମଣ କରିବାକୁ ଛୁରୀ ଧରି ଆସିଥିଲା ଯୁବକ, ସେହି ଛୁରୀରେ ଗଲା ଜୀବନ

Published By : Prameya-News7 Bureau | September 19, 2019 IST

କଟକ ୧୯|୯: ସାମାନ୍ୟ ବଚସାକୁ ନେଇ କଟକ ଚୂନଭାଟି ଗଳିରେ ଘଟିଛି ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ଗୁଡୁ ଓରଫ କାର୍ତ୍ତିକ ବାରିକ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

{"id":159698}

ସୂଚନାଯୋଗ୍ୟ ଯେ, ଗତ କାଲି ସଂଧ୍ୟା ବେଳେ ଗୁଡୁର ସ୍ଥାନୀୟ ଅଞ୍ଚଳରେ ରହୁଥିବା ଯୁବକ ପିଣ୍ଟୁ ସହିତ ବଚସା ହୋଇଥିଲା । ଏତିକି ବେଳେ ଗୁଡୁ ନିଜେ ସାଙ୍ଗରେ ଆଣିଥିବା ଛୁରୀରେ ପିଣ୍ଟୁକୁ ଆକ୍ରମଣ କରିଥିଲା । ହେଲେ ନିଜେ ଆଣିଥିବା ଛୁରୀରେ ନିଜେ ଆକ୍ରମଣର ଶିକାର ହୋଇଥିଲା ଗୁଡୁ । ଆଉ ଏଥିରେ ହିଁ ତାର ମୃତ୍ୟୁ ହୋଇଛି ।

{"id":159699}

ଖବର ପାଇ ଲାଲବାଗ ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲରେ ଭର୍ତ୍ତି କରିଛି । ତେବେ କେଉଁ କାରଣ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିନାହିଁ । ହେଲେ ପିଣ୍ଟୁ ମାରିଥିବା ହିଁ ଗୁଡୁ ତାଙ୍କ ମା’ଙ୍କୁ କହିଥିବା ସେ କହିଛନ୍ତି । ହତ୍ୟାକାଣ୍ଡ ପରେ ପିଣ୍ଟୁ ଏବେ ଫେରାର ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.