ରାମଲୀଳା ଦେଖି ଫେରୁଥିବା ଯୁବକଙ୍କୁ ପଥରରେ ଛେଚି ହତ୍ୟା; ହତ୍ୟାକାଣ୍ଡର କାରଣ ଅଷ୍ପଷ୍ଟ

Published By : Prameya-News7 Bureau | April 22, 2019 IST

ବୌଦ୍ଧ ୨୨/୪ : ବୌଦ୍ଧରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ରାମଲୀଳା ଦେଖି ଫେରୁଥିବା ବେଳେ ହତ୍ୟା କରାଯାଇଛି ପୋଲିସ ସୂଚନା ଦେଇଛି । ମୃତକ ଜଣଙ୍କ ହେଲେ ବୌଦ୍ଧ ଥାନା ବଡ଼ବାଗବର ଗ୍ରାମର ରାଜେଶ ଜେନା । ସେ ଗତକାଲି ବିଳମ୍ବିତ ରାତିରେ ଗାଁ ପାଖ ଦେବଗଡ଼ରେ ଆୟୋଜିତ ରାମଲୀଳା ଦେଖି ଭୋର ସକାଳୁ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ କିଛି ଦୁର୍ବୁତ ପଥରରେ ଛେଚି ଅତି ନୃଶଂସ ଭାବେ ତାଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ହତ୍ୟାକାଣ୍ଡର କାରଣ ଅଷ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପଂହଁଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.