ପରକୀୟା ପ୍ରିତି ! ନବବିବାହିତ ଯୁବକଙ୍କୁ ଦିନ ଦିପହରେ ବିଚ୍ ରାସ୍ତାରେ ଗଳା କାଟି ହତ୍ୟା

Published By : Prameya-News7 Bureau | February 18, 2019 IST

ଖୋର୍ଦ୍ଧା ୧୮|୨: ପରକୀୟା ପ୍ରିତିରୁ ଖୋର୍ଦ୍ଧା ଜିଲ୍ଲାରେ ଘଟିଛି ହତ୍ୟାକାଣ୍ଡ ।  ଧାରୁଆ ଅସ୍ତ୍ରରେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ନୂଆସାହିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ମୃତକ ହେଲେ ଦେଉଳିର ଚିନ୍ମୟ ସାହୁ । ଘଟଣାସ୍ଥଳରୁ ଧାରୁଆ ଅସ୍ତ୍ର ଓ ବାଇକ୍ ଜବତ କରିଛି ପୋଲିସ । ପରକୀୟାପ୍ରିତିରୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

{"id":86322}

ସୂଚନାଯୋଗ୍ୟ ଯେ, ଆଜି ଅପରାହ୍ନ ୧୨ଟା ୧୦ ମିନିଟ୍ ସମୟରେ ଚିନ୍ମୟ ବାଇକ୍‌ରେ ଯାଉଥିବା ବେଳେ ଅଭିଯୁକ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ । ହତ୍ୟାକାଣ୍ଡ ପ୍ରତିବାଦରେ ଅଭିଯୁକ୍ତର ଘର ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ଯୁବକଙ୍କ  ୨୧ ତାରିଖରେ ବିବାହ ଥିବା ବେଳେ ତାଙ୍କୁ କିଏ କଣ ପାଇଁ ହତ୍ୟା କରିଛି  ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।ଘଟଣାସ୍ଥଳରେ ପହଞ୍ଚି ବେଗୁନିଆ ପୋଲିସ ତଦନ୍ତ ଆରମ୍ଭ କରିଛି । ଗାଁରେ ଉତ୍ତେଜନା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.