ହୃଦୟ ବିଦାରକ! ବେଷ୍ଟଫ୍ରେଣ୍ଡକୁ ୬ଖଣ୍ଡ କରି ଜଙ୍ଗଲରେ ପୋତିଲା ସାଙ୍ଗ

Published By : Prameya-News7 Bureau | March 09, 2019 IST

ନୂଆଦିଲ୍ଲୀ ୯/୩: ଦେଢ଼ ବର୍ଷ ପୂର୍ବର ଝଗଡ଼ାର ପ୍ରତିଶୋଧ ନେବା ପାଇଁ ଜଣେ ଯୁବକ ନିଜର ପିଲାଦିନର ସାଙ୍ଗକୁ ବୁଧବାର ହତ୍ୟା କରିଛି। ଏହା ପରେ ଶବକୁ ୬ଖଣ୍ଡ କରି ବ୍ୟାଗରେ ଭର୍ତ୍ତି କରି ଜଙ୍ଗଲରେ ପୋତି ଦେଇଥିଲା। ମୃତକ ଜଣକ ହେଲେ ସନୋଜ କୁମାର(୨୦)। ସଙ୍ଗମ ବିହାର ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଆକାଶ ଓରଫ ଡବ୍ବୁ(୨୩)କୁ ଗିରଫ କରିଛି।

ପୋଲିସ ଏହି ଶବକୁ ଜବତ କରି ପୋଷ୍ଟମର୍ଟମ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବର୍ତ୍ତମାନ ପୋଲିସ୍ ଅଭିଯୁକ୍ତ ଆକାଶକୁ ପଚରାଉଚୁରା କରୁଛି। ଡିସିପିଙ୍କ କହିବା ମୁତାବକ ସନୋଜ ପରିବାର ଲୋକଙ୍କ ସହ ସଙ୍ଗମ ବିହାରର ଏଫ-ବ୍ଲକରେ ରହୁଥିଲେ। ସବୁବେଳେ ନିଶା ସେବନ କରୁଥିବାରୁ ସନୋଜ ଅଧିକାଂଶ ସମୟ ଘରେ ରହୁନଥିଲେ। ଅଭିଯୁକ୍ତ ଆକାଶ ସଙ୍ଗମ ବିହାରର ଗଳି ନଂ-୧୨ରେ ରହୁଥିଲା। ଆକାଶ ମଧ୍ୟ ସବୁବେଳେ ନିଶା ସେବନ କରୁଥିଲା।

ଆକାଶ ଏବଂ ସନୋଜ ଉଭୟେ ପିଲାଦିନର ସାଙ୍ଗ ଥିଲେ। ଉଭୟଙ୍କର ଦେଢ଼ ବର୍ଷ ପୂର୍ବରୁ ନିଶା କରିବା ବେଳେ ଝଗଡ଼ା ହୋଇଥିଲା। ଏଥିପାଇଁ ସନୋଜ ରାଗିଯାଇ ଆକାଶକୁ ପିଟିଥିଲେ। ଏଥିରେ ଆକାଶର ଦାନ୍ତଗୁଡ଼ିକ ଭାଙ୍ଗିଯାଇଥିଲା। ଆକାଶ ଅନେକ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଭର୍ତ୍ତି ଥିଲା। ଏହା ପରଠୁ ଉଭୟେ ପରସ୍ପରର ଶତ୍ରୃ ହୋଇଯାଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.