Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଏକ ତରଫା ପ୍ରେମ କରୁଥିଲା, ପ୍ରେମିକା ରାଜି ନହେବାରୁ ଗଳା କାଟି କଲା ହତ୍ୟା

15/12/2019 at 8:18 AM

ଟାଙ୍ଗୀ ୧୫।୧: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଜଣେ କଲେଜ ଛାତ୍ରୀଙ୍କ ଗଳାକାଟି ହତ୍ୟା । ମୃତକ ବାଲୁଗାଁ କଲେଜର ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ରୀ ଶିବାନୀ ବେହେରା । ଏକ ତରଫା ପ୍ରେମକୁ ନେଇ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ପ୍ରେମରେ ବିଫଳ ହେବାରୁ ହତାଶ ପ୍ରେମିକ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ଘଟଣାଟି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଗଙ୍ଗନଗର ଅଞ୍ଚଳରେ ଘଟିଛି ।

ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ସଂପୃକ୍ତ ଯୁବକ ଜଣକ ଶିବାନୀଙ୍କ ଘରେ ପଶିଥିଲେ । ସେ ଜୋରଜବରଦସ୍ତ ଶିବାନୀଙ୍କୁ ରାଜି କରାଇବାକୁ ଚେଷ୍ଟା କରିଥିଲା । ମାତ୍ର ଏଥିରେ ଅସଫଳ ହେବାରୁ ସେ ଉତ୍ୟକ୍ତ ହୋଇଉଠିଥିଲେ । ଆଉ ଶେଷରେ ପ୍ରେମିକା ଶିବାନୀଙ୍କ ଗଳାକାଟି ଦେଇଥିଲେ ବୋଲି  ମୃତା ଶିବାନୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ବହୁ ଦିନ ଧରି ଯୁବକ ଜଣଙ୍କ ଏଭଳି ପ୍ରେମ ନିବେଦନ କରି ଶିବାନୀଙ୍କୁ ରାସ୍ତା-ଘାଟରେ  ହଇରାଣ ହରକତ କରୁଥିଲା । ଗଳାକାଟି ଦେବାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିବାନୀଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା । ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା । ଡାକ୍ତର ସେଠାରେ ଶିବାନୀଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୋଲିସ ହତାଶ ପ୍ରେମିକ ତଥା ହତ୍ୟାକରୀ କୁହାଯାଉଥିବା ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି । ଏହାସହ ମୃତା ଶିବାନୀଙ୍କ ଭାଉଜଙ୍କୁ ମଧ୍ୟ ପୋଲିସ ତଦନ୍ତ ପରିସରକୁ ନେଇ ପଚରାଉଚରା କରୁଥିବା ଜଣାପଡିଛି ।

   Related Posts