Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ଏକତରଫା ପ୍ରେମ : ନାବାଳିକାଙ୍କୁ ୨୦ଥର ଛୁରୀ ଭୁସିଲା ଯୁବକ, ଅନଲାଇନ୍‌ରେ ମଗାଇଥିଲା ଛୁରୀ

4/12/2019 at 9:05 AM

ଜବଲପୁର ୪।୧୨: ମଧ୍ୟପ୍ରଦେଶ ଜବଲପୁରରେ ଏକତରଫା ପ୍ରେମରୁ ସବୁ ସୀମା ଟପିଯାଇଛନ୍ତି ଉନ୍ମତ ଯୁବକ । ଯୁବକ ଜଣଙ୍କ ନାବାଳିକାଙ୍କୁ ୨୦ରୁ ଅଧିକ ଥର ଛୁରୀ ଭୁସି ହତ୍ୟା କରିଛନ୍ତି । ଏହାସହ ନାବାଳିକାଙ୍କର ଗୋଟିଏ ଆଖି ମଧ୍ୟ ନଷ୍ଟ କରିଦେଇଥିବା ଜଣାପଡିଛି ।

ପୋଲିସ ନିକଟରୁ ମିଳିଥିବା ସୂଚନା ଅନୁସାରେ ମୋହଲପୁର ଥାନା ଅଞ୍ଚଳର କୁଦବାରୀରେ ଶିବକୁମାର ଚୌଧୁରୀ ନାମକ ଯୁବକ ଦିନ ଦ୍ବିପ୍ରହରରେ ଘରେ ପସି ନାବାଳିକାଙ୍କୁ ୨୦ଥର ଛୁରୀ ଭୁସିଥିଲେ । ଫଳରେ ନାବାଳିକାଙ୍କର ଅନ୍ତବୁଜୁଳା ବାହାରକୁ ବାହାରି ଆସିଥିଲା । ନାବାଳିକାଙ୍କର ଗୋଟିଏ ଆଖି ମଧ୍ୟ ନଷ୍ଟ ହୋଇଯାଇଥିଲା ।

ନାବାଳିକାଙ୍କ ଚିତ୍କାର ଶୁଣି ଲୋକମାନେ ଭିଡ ଜମାଇଥିଲେ । ଘରର କବାଟକୁ ଧକ୍କା ମାରି ଭଙ୍ଗା ଯାଇଥିଲା । କବାଟ ଖୋଲାଯିବା ପରେ ଦେଖିବାକୁ ମିଳିଥିଲା ଯେ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳିକା ଜଣଙ୍କ ପଡିରହିଛନ୍ତି । ତାଙ୍କ ନିକଟରେ ଯୁବକ ଜଣଙ୍କ ବେହୋସ୍ ଅବସ୍ଥାରେ ପଡିଥିଲେ । ନାବାଳିକାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଶିବ କୁମାର ପରେ ତାଙ୍କ ଦୋଷ ସ୍ବୀକାର କରିଥିଲେ । ଶିବ କୁମାରଙ୍କୁ ୧୦ମ ଶ୍ରେଣୀରେ ପଢୁଥିବା ନାବାଳିକାଙ୍କ ସହ ଏକତରଫା ପ୍ରେମ ହୋଇଥିଲା । ପୂର୍ବରୁ ମଧ୍ୟ ସେ ଛାତ୍ରୀଙ୍କୁ ହଇରାଣ ହରକତ କରି ଜେଲ୍ ଯାଇଥିଲା । ଏବେ ସେ ଜାମିନ୍‌ରେ ଆସିଥିଲା ।

ତେବେ ମିଳିଥିବା ସୂଚନା ଅନୁସାରେ ଶିବ କୁମାର ଜେଲରେ ରହି ନାବାଳିକାଙ୍କୁ ମାରିବାର ଯୋଜନା କରିଥିଲା । ଜାମିନ୍ ମିଳିବା ପରେ ଶିବ କୁମାର ଅନଲାଇନ୍‌ରେ ଛୁରୀ ମଗାଇଥିଲା । ଏହାପରେ ସୋମବାର ଦିନ ସେ ନାବାଳିକାଙ୍କ ଘରେ ପହଞ୍ଚିଥିଲା ଏବଂ ତାଙ୍କୁ ହତ୍ୟା କରିଥିଲା । ସେହି ସମୟରେ ନାବାଳିକା ଜଣଙ୍କ ଘରେ ଏକା ଥିଲେ ।

   Related Posts