ସାଇକେଲ ଚୋରି ଅଭିଯୋଗରେ ଯୁବକଙ୍କୁ ପିଟି ପିଟି ହତ୍ୟା, ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | September 24, 2019 IST

ସୁନ୍ଦରଗଡ ।୯: ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ବେହେରାମାଲ ଗାଁରେ ହତ୍ୟାକାଣ୍ଡ ହୋଇଛି । ସାଇକେଲ ଚୋରି ଅଭିଯୋଗରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବେହେରାମାଲ ଗାଁର ଦହି ।

ସୂଚନାଯୋଗ୍ୟ ଯେ, ଯୁବକଙ୍କୁ ୩ ଜଣ ବାଡିରେ ପିଟିପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାରେ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଦହି ଗତ ସପ୍ତାହରେ ଶ୍ରୀକର କିଷାନଙ୍କ ଘରୁ ସାଇକେଲ ଚୋରି କରିନେଇଥିଲେ । ଦହିକୁ ରାସ୍ତାରେ ଆସୁଥିବା ଦେଖି ଶ୍ରୀକର ଏବଂ ତାଙ୍କର ୨ ଶଳା ହେମନ୍ତ କିଶାନ, ପ୍ରଶାନ୍ତ କିଶାନ ପିଟିପଟି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.