ଦୁର୍ବୃତ୍ତଙ୍କ ଗୁଳିମାଡରେ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | October 19, 2019 IST

ବାଙ୍କୀ ୧୯।୧୦: ଯୁବକଙ୍କୁ ଗୁଳି କରି ହତ୍ୟା । କଟକ ଜିଲ୍ଲା ବୈଦେଶ୍ବର ଥାନା ଅନ୍ତର୍ଗତ ବରଡାଳିଆ ଠାକୁରାଣୀ ରାସ୍ତାରେ ଯୁବକଙ୍କୁ ଗୁଳିମାଡ ହୋଇଛି । ଗତକାଲି ରାତିରେ ଯୁବକଙ୍କୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ମୃତ ଯୁବକ ମଣିପୁର ଗାଁର ଅର୍ଜୁନ ବଳିୟାର ସିଂହ ।

{"id":171626}

ଖବର ପାଇ ନୟାଗଡ ଫତେଗଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ କଳାପଥର ମେଡିକାଲରେ ଭର୍ତ୍ତି କରିଥିଲା । ପରେ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ପୂର୍ବ ଶତ୍ରୁତାରୁ ତାଙ୍କୁ ଡାକିଆଣି ହତ୍ୟା ଗୁଳିମାରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.