Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ସାମାନ୍ୟ ବଚସାକୁ କେନ୍ଦ୍ରକରି ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଲେ ହୋଟେଲ ମ୍ୟାନେଜର ଓ ସାଥୀ, ଯୁବକଙ୍କ ମୃତ୍ୟୁ

21/08/2019 at 5:45 PM

ଢେଙ୍କାନାଳ ୨୧|୮: ଢେଙ୍କାନାଳ ଗଁନ୍ଦିଆ ଥାନା ଅନ୍ତର୍ଗତ ଗଁନ୍ଦିଆ ବଜାରର ସ୍ବାଦ ନାମକ ଏକ ହୋଟେଲରେ ପାଟିତୁଣ୍ଡକୁ ନେଇ ହତ୍ୟାକାଣ୍ଡ ଘଟିଛି । ଗତକାଲି ରାତିରେ ଗଁନ୍ଦିଆ ଭୁତିଆ ସାହିର ପ୍ରତାପ ଭୁତିଆ ନାମକ ଜଣେ ଯୁବକକୁ ଠେଙ୍ଗାରେ ପିଟି ବାରୁ ସେ ଗୁରୁତର ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜି କଟକ ଏସସିବିରେ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଗତକାଲି ପ୍ରତାପ ଭୂତିଆ ଗଁନ୍ଦିଆ ଠାରେ ଥିବା ସ୍ବାଦ ନାମକ ଏହି ହୋଟେଲକୁ ଯାଇଥିଲେ । ତବେ ସେଠାରେ ହୋଟେଲର ମ୍ୟାନେଜରଙ୍କ ସହ ପାଟିତୁଣ୍ଡ ହେବାରୁ ହୋଟେଲ ମ୍ୟାନେଜର ଓ  ତାଙ୍କ ସାଥିମାନେ ତାଙ୍କୁ ଠେଙ୍ଗା ଓ ବାଡିରେ ଗୋଡାଇ ଗୋଡାଇ ପିଟିଥିଲେ । ଫଳରେ ପ୍ରତାପ ଗୁରୁତର ହୋଇଥିଲେ ।

ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ଆଜି କଟକ ଡାକ୍ତରଖାନାରେ ପ୍ରତାପ ଭୁତିଆଙ୍କର ମତ୍ୟୁ ଘଟିଛି । ଏ ସଂପର୍କରେ ପୁଲିସ ଫରେନସିକ ଟିମ ମାଧ୍ୟମରେ ତଦନ୍ତ ଆରମ୍ଭ କରିଛି । ଏପଟେ ହୋଟେଲ ମ୍ୟାନେଜର ନିତିନ ସାହଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି । 

   Related Posts