ହଜାରେ ଟଙ୍କା ପାଇଁ ସାଙ୍ଗର ହତ୍ୟାକାରୀ ସାଜିଲା ସାଙ୍ଗ

Published By : Prameya-News7 Bureau | March 09, 2019 IST

ବ୍ରହ୍ମପୁର ୯|୩ : ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ । ବ୍ରହ୍ମପୁର ଗୋଳନ୍ଥରା ଥାନା ସୁବାଣି ଗାଁରେ ହଜାରେ ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଛି ସାଙ୍ଗ । ମୃତକ ହେଲେ ଏସ୍. ସତ୍ୟମ୍ ।

ସୂଚନା ଅନୁସାରେ ସୁବାଣି ଗାଁର ଏସ୍‌. ସତ୍ୟମ ଓ ବଇରୀ ସେଠୀଙ୍କ ମଧ୍ୟରେ ଟଙ୍କାକୁ ନେଇ ବଚସା ହୋଇଥିଲା । ବଚସା ଉଗ୍ର ରୂପ ନେଇଥିଲା ଫଳରେ ବଇରୀ ଉତକ୍ଷିପ୍ତ ହୋଇ ଏ. ସତ୍ୟମଙ୍କୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅଭିଯୁକ୍ତ ବଇରୀ ସେଠୀକୁ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରେ ଗୋଳନ୍ଥରା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.