ଯୁବକଙ୍କୁ ବୀଭତ୍ସ ହତ୍ୟା : ଧାରୁଆ ଅସ୍ତ୍ରରେ ଆକ୍ରମଣ ସହ କଟାଯାଇଛି ଯୌନାଙ୍ଗ

Published By : Prameya-News7 Bureau | August 10, 2019 IST

ନୀଳଗିରି ୧୦|୮: ଯୁବକଙ୍କୁ ବୀଭତ୍ସ ହତ୍ୟା । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଜମୁଡିହା ପଞ୍ଚାୟତ କେସୁରା ଗାଁରେ ଘଟିଛି ହତ୍ୟାକାଣ୍ଡ । ମୃତ ଯୁବକ ବିଜୟ କୁମାର ସିଂହ । ପୋଲିସର ତଦନ୍ତ ଜାରି ।

{"id":142764}

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବାବେଳେ ଧାରୁଆ ଅସ୍ତ୍ରରେ କିଏ ତାଙ୍କୁ ନିର୍ମମ ଭାବରେ ହତ୍ୟା କରିଛି । ଏପରିକି ତାଙ୍କ ଯୌନାଙ୍ଗ ମଧ୍ୟ କଟାଯାଇଥିବା ଜଣାପଡିଛି । ବିଜୟ ମଣିପୁରମ ଗୋଲ୍ଡ ଲୋନ ବ୍ୟାଙ୍କରେ ସିକ୍ୟୁରିଟି ଭାବରେ କାମ କରୁଥିଲେ ।

{"id":142765}

ଗତକାଲି ତାଙ୍କ ସ୍ତ୍ରୀ ବାପଘରକୁ ଯାଇଥିବାରୁ ସେ ଘରେ ଏକା ଥିଲେ । ଏକୁଟିଆର ସୁଯୋଗ ନେଇ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣା ଜଣାପଡିବା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.