ଖୋର୍ଦ୍ଧା ଭଟସାହି ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ ; ସାନ ଭାଇକୁ ମାରିଦେଲା ବଡ ଭାଇ

Published By : Prameya-News7 Bureau | February 07, 2019 IST

ଖୋର୍ଦ୍ଧା ୭|୨: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଭଟସାହି ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ । ସାନ ଭାଇ ମାନସ ଭଟ୍ଟମିଶ୍ରକୁ ବଡ ଭାଇ ପାର୍ଥ ଭଟ୍ଟମିଶ୍ର ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଭାଇକୁ ଅନୈତିକ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ବଡ ଭାଇ ବାରମ୍ବାର ଚେଷ୍ଟା କରି ବିଫଳ ହେବାରୁ ଏଭଳି କାଣ୍ଡ ଭିଆଇଥିବା ପୋଲିସ ଆଗରେ କହିଛି । ଘରୁ ଏବଂ ଦୋକାନରୁ  ବାରମ୍ବାର ଟଙ୍କା ଚୋରି କରି ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଟଙ୍କା ଉଡାଉଥିଲା ମାନସ । ଏ ନେଇ ମାନସକୁ ବଡ ଭାଇ ପାର୍ଥ ବାରମ୍ବାର ବାରଣ କରିଥିଲେ ସୁଦ୍ଧା ମାନସ ଶୁଣିନଥିଲା । ଶେଷରେ ବିରକ୍ତି ହୋଇ ଜାନୁଆରୀ ୨୬ ତାରିଖ ରାତିରେ ଏକ ଭୁଜାଲିରେ ମାନସକୁ ହାଣିଦେଇଥିଲା । ଏହା ପରେ ଏକ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିବା ପରେ ଗାଁ ପାଖ ମଶାଣିରେ ଫୋପାଡି ଦେଇଥିଲା । ଅଭିଯୁକ୍ତ ନିକଟରୁ ଏକ ଭୁଜାଲି ଜବତ କରାଯାଇଥିବା ବେଳେ, ପୋଲିସ ଆଗରେ ଦୋଷ ସ୍ବୀକାର କରିଛି ବଡ ଭାଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.