ଗୁଣି ଗାରେଡି ସନ୍ଦେହରେ ମାଇଁକୁ ହତ୍ୟା କଲା ଭଣଜା

Published By : Prameya-News7 Bureau | September 27, 2019 IST

ଆନନ୍ଦପୁର ୨୭।୯: ଆନନ୍ଦପୁର ବ୍ଲକ୍ ଗୟଳମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କନ୍ତଳା ଗାଁରେ ଭଣଜାର ଟାଙ୍ଗିଆ ଚୋଟରେ ମାଇଁର ମୃତ୍ୟୁ ହୋଇଛି । ଖବରପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଭଣଜାକୁ ଅଟକ ରଖି ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ ଯେ, ଗୁଣି ଗାରେଡିକୁ ସଂଦେହ କରି ଭଣଜା ଅଙ୍କୁରା ବୀରୁଆ ନିଜ ମାଇଁ ଜିଙ୍ଗି ପୂର୍ତ୍ତିକୁ ହତ୍ୟା କରିଥିବା ପୋଲିସ ନିକଟରେ କହିଛି । ଗତକାଲି ରାତି ପାଖାପାଖି ସାଢେ ୮ଟାରୁ ୯ଟା ମଧ୍ୟରେ ଗାଁ ରାସ୍ତା ଦେଇ ଜିଙ୍ଗି ଘରକୁ ଫେରୁଥିବା ସମୟରେ ଗାଁ ନିକଟ ଏକ ନିଛାଟିଆ ରାସ୍ତାରେ ଅଭିଯୁକ୍ତ ଭଣଜା ଅଙ୍କୁରା ଟାଙ୍ଗିଆରେ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଜିଙ୍ଗିର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.