Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ସୀମା ଟପିଗଲା ପାଶବିକତା: ଯୁବକଙ୍କୁ ହତ୍ୟା କରି, ଜିଭ ଏବଂ ଗୁପ୍ତାଙ୍ଗ କାଟି ଗଛରେ ଝୁଲାଇ ଦେଲେ ଦୁର୍ବୃତ୍ତ

20/10/2020 at 12:13 PM

ପ୍ରତାପଗଡ଼ ୨୦/୧୦: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ନିର୍ମମ ହତ୍ୟା ଘଟିଛି। ପୋଲିସକୁ ଗଛରେ ଝୁଲନ୍ତା ଅବସ୍ଥାରେ ଏକ ମୃତଦେହ ମିଳିଥିଲା ଯାହାର ଜିଭ କଟା ହୋଇଥିଲା ଏବଂ ଗୁପ୍ତାଙ୍ଗକୁ ମଧ୍ୟ କାଟି ଅଲଗା କରି ଦିଆଯାଇଥିଲା। ଯୁବକକୁ ନିର୍ମମ ଭାବେ ହତ୍ୟା କରି ଗଛରେ ଝୁଲାଇ ଦିଆଯାଇଥିଲା।

ମୃତ ଯୁବକ ଜଣକ ପ୍ରୟାଗରାଜରେ ରହି ପାଠ ପଢ଼ୁଥିଲେ ଏବଂ ଲକଡାଉନରେ ନିଜ ଗାଁକୁ ଆସିଥିଲେ। ପୋଲିସ୍ ଯେତେବେଳେ ଶବକୁ ଗଛରୁ ଓହ୍ଲାଇ ପୋଷ୍ଟମର୍ଟମ ପାଇଁ ପଠାଇଥି​‌ଲେ ସେତେବେଳେ ଯାଇ ଜଣା ପଡ଼ିଥିଲା ଯେ ହତ୍ୟା ପୂର୍ବରୁ ତାଙ୍କ ଜିଭ କଟାଯାଇଥିଲା ଏବଂ ପ୍ରାଇଭେଟ ପାର୍ଟ ମଧ୍ୟ କାଟି ଅଲଗା କରି ଦିଆଯାଇଥିଲା।

ଘଟଣାଟି ଘଟିଛି ପ୍ରତାପଗଡ଼ର କୋହଡୋର ଥାନାର ପୂରବପଟ୍ଟି ଭନଇପୁର ଅଞ୍ଚଳରେ। ଗାଁର ମୁଖିଆ ପୋଲିସକୁ ଏହାର ସୂଚନା ଦେଇଥିଲେ। ମୃତ ଯୁବକଙ୍କ ପରିବାର ଲୋକେ କହିଥିଲେ ଯେ ତାଙ୍କ ପୁଅ ପ୍ରୟାଗରାଜରେ ରହି ପାଠ ପଢ଼ୁଥିଲେ ଏବଂ ଲକଡାଉନରେ ଘରକୁ ଆସିଥିଲେ। ତାଙ୍କ ପୁଅଙ୍କ ଜିଭ କାଟିବା ସହ ଗୁପ୍ତାଙ୍ଗକୁ ମଧ୍ୟ କାଟି ଦିଆଯାଇ ଗଛରେ ଝୁଲାଇ ଦିଆଯାଇଥିଲା। ତାଙ୍କର କାହା ସହ କୌଣସି ଶତୃତା ନଥିଲା।

ଯୁବକ ଜଣକ ତାଙ୍କ ବାପା ମାଆଙ୍କ ଏକମାତ୍ର ସନ୍ତାନ ଥିଲେ। ଏପରି କ୍ଷେତ୍ରରେ ଲୋକେ ସମ୍ପତ୍ତିକୁ ନେଇ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରୁଛନ୍ତି। ପୋଲିସ୍ ସବୁ ଆଙ୍ଗଲରେ ମାମଲାର ତଦନ୍ତ କରୁଛି।

   Related Posts