Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମାଡ଼ ମାରି ଯୁବକଙ୍କୁ ଅପହରଣ ଅଭିଯୋଗ, ଥାନାରେ ଅଭିଯୋଗ ସହ ଜିଲ୍ଲାପାଳଙ୍କୁ ଗୁହାରି କଲେ ପରିବାର

4/11/2021 at 2:51 PM

ଢେଙ୍କାନାଳ,୦୪। ୧୧: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ଅଂଚଳର ବୋରାପଦା ଗ୍ରାମରୁ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଅପହରଣ କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅପହରଣ ହୋଇଥିବା ଯୁବକ ଜଣଙ୍କ ବୋରାପଦା ଗ୍ରାମର ପୀତବାସ ଦାସ ବୋଲି ଜଣାପଡିଛି । ଗତ କାଲି ରାତିରେ ପୀତବାସଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଡାକି ନେଇ ନିସ୍ତୁକ ମାଡ଼ ମାରିଥିଲେ ।

ପରେ ଆଉ ପୀତବାସଙ୍କ ପତ୍ତା ମିଳୁନଥିବାବାରୁ ତାଙ୍କୁ ଅପହରଣ କରି ନେଇଥିବା ପୀତବାସଙ୍କ ପରିବାର ଗୋବିନ୍ଦପୁର ଫାଣ୍ଡିରେ ଅଭିଯୋଗ କରିଥିଲେ । ପୀତବାସଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଗୁହାରି କରିଛନ୍ତି । ଘଟଣା ସ୍ଥଳରେ ସଦର ଥାନା ଓ ଗୋବିନ୍ଦପୁର ଫାଣ୍ଡି ପୁଲିସ ପହଂଚି ପୀତବାସଙ୍କ ବାଇକକୁ ଉଦ୍ଧାର କରିଛି । ତେବେ ପୂର୍ବରୁ ପୀତବାସଙ୍କ ନାମରେ ଏକ ହତ୍ୟା ମାମଲା ରହିଥିବା ବେଳେ ତାଙ୍କ ଅଂଚଳର କିଛି ଯୁବକଙ୍କ ସହ ଗଣ୍ଡଗୋଳ ହୋଇଥିଲା । ଏପରି କି ପିତବାସଙ୍କ ଭାଇ ରତ୍ନାକରଙ୍କୁ ସେହି ଯୁବକମାନେ ମାଡ଼ ମାରିଥିବା ନେଇ ଉଭୟଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିଲା ବୋଲି ଜଣାପଡିଛି । ଫଳରେ ପୋଲିସ ପହଂଚି ଛାନଭିନ ଆରମ୍ଭ କରିଛି ।

   Related Posts