Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଡ୍ୟାମ୍‌କୁ ଡେଇଁଲେ, ଜୀବନକୁ ବାଜି ଲଗାଇ ବିରାଟକାୟ ଅହିରାଜ ସାପ ଧରିଲେ ଯୁବକ

13/11/2020 at 4:34 PM

ସାଲେପୁର ୧୩।୧୧:  କଟକ ଜିଲ୍ଲା ଡାଳିଯୋଡା ରିଜର୍ଭ ଫରେଷ୍ଟ ଅନ୍ତର୍ଗତ କୋଚିଲା ନୂଆଗାଁ ନିକଟରେ ଥିବା ଡମଣୀ ଡ୍ୟାମରୁ  ଏକ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରିଛନ୍ତି ଗ୍ରାମବାସୀ।

ସୂଚନା ଅନୁଯାୟୀ ଖାଦ୍ୟ ଅନ୍ଵେଷଣରେ ଡମଣି ଡ୍ୟାମ୍‌ରେ ଅହିରାଜ ସାପ ଏକ ଗୋଧିକୁ ଶିକାର କରିବା ପାଇଁ ପାଣିରେ ପଶିଥିଲା। ଅହିରାଜ ପାଟିରେ ଗୋଧି ପଶିଥିବାର ଗ୍ରାମବାସୀ ଦେଖିଥିଲେ। ଦୀର୍ଘ ସମୟ ଧରି ଗୋଧି ସାପ ଅହିରାଜ ମଧ୍ୟରେ ଲଢେଇ ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ସେଠାରେ ଥିବା ଜଣେ ସ୍ଥାନୀୟ ଯୁବକ ସାହାସ କରି ଡମଣୀ ଡ୍ୟାମକୁ ଡିଆଁମାରି ଅହିରାଜ ସାପଟିକୁ କୌଶଳ କ୍ରମେ କାବୁ କରି ଉପରକୁ ଆଣିଥିଲେ।

ଅହିରାଜ ସାପଟିକୁ ଦେଖିବା ପାଇଁ ଲୋକଙ୍କର ଭିଡ ଜମିଥିଲା। ଏଭଳି ବିଷାକ୍ତ ସାପକୁ କୌଣସି ପ୍ରଶିକ୍ଷଣ ନନେଇ ଧରିବା ବିପଦଜନକ ହୋଇଥିବା ବେଳେ ଯୁବକ ଜଣଙ୍କ ଅହିରାଜ ସହିତ ପ୍ରାୟ ଏକଘଣ୍ଟା କାଳ ନିଜ ଦେହରେ ଲଗାଇ ଖେଳିଥିଲେ। ପରେ ବନବିଭାଗ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଯୁବକଙ୍କ ଠାରୁ ନେଇ ଡମଣୀ ଜଙ୍ଗଲ ମଧ୍ୟରେ ଛାଡି ଦେଇଥିବା ମଙ୍ଗରାଜପୁର ବନପାଳ ସୂଚନା ଦେଇଛନ୍ତି।

   Related Posts