ନିର୍ବନ୍ଧ ପରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଯୁବକ, ପରେ ବିବାହ ପାଇଁ ମନା କଲେ

Published By : Prameya-News7 Bureau | January 10, 2021 IST

ଜୟପୁର ୧୦/୦୧: ବେଦୀରେ ବସିବା ପୂର୍ବରୁ ଭାବୀ ପତ୍ନୀକୁ ଠକି ଦେଲୋ ଯୁବକ। ବର୍ଷକ ପୂର୍ବରୁ ନିର୍ବନ୍ଧ ସରିଥିଲା। କେବଳ ବାହା ଘର ବାକିଥିଲା। ଏହି ସମୟ ମଧ୍ୟରେ ଯୁବକ ଜଣକ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ବାରମ୍ବାର ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା ଯୁବକ। କିନ୍ତୁ ଯେତେବେଳେ ବାହା ଘର କଥା ଆସିଲା ସେତେବେଳେ ଯୁବକ ଫୋନ୍‌ ବି ଉଠାଇଲା ନାହିଁ। ଏନେଇ ଯୁବତୀଜଣଙ୍କ ଥାନାରେ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଛନ୍ତି।  

ଯୋଧପୁର ସହରର ରାତାନାଡା ପୋଲିସ ଥାନାରେ ଯୁବତୀ ଅଭିଯୋଗ କରିଛନ୍ତି। ନଭେମ୍ବର ୨୯ ତାରିଖରେ ଯୁବକଜଣକ ଯୁବତୀଙ୍କୁ ରାତାନାଡା ସ୍ଥିତ ଏକ ଗେଷ୍ଟ ହାଉସ୍‌କୁ ଡାକିଥିଲା।  ନିର୍ବନ୍ଧ ସରିଥିବାରୁ ଯୁବତୀ କିଛି ନଭାବି ଭାବୀ ସ୍ବାମୀଙ୍କ ପାଖକୁ ଚାଲିଯାଇଥିଲେ। ସେଠାରେ ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ବୋଲି ଯୁବତୀ କହିଛନ୍ତି।

ଏମିତି ବାରମ୍ବାର ଚାଲିଥିଲା। କିନ୍ତୁ ବାହା ଘର କଥା ଆସିବା ପରେ ଯୁବକଜଣକ ବାହା ହେବାକୁ ମନା କରିଦେଇଥିଲା। ବାହା ହେବାକୁ ଝିଅ ଘର ଲୋକ ବାରମ୍ବାର ଅନୁରୋଧ କରିବା ପରେ ବି ଯୁବକ ବାହା ନହେବାକୁ ଅଡ଼ି ବସିଛି । କିଛି ଉପାୟ ନପାଇ ଯୁବତୀ ଥାନାରେ ଦ୍ବାରସ୍ଥ ହୋଇଛନ୍ତି। ଏବେ ପୋଲିସ ଘଟଣାର ଛାନ୍‌ଭିନ୍‌ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.