Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଚୋରକୁ ମାଡ ଡର, ଗାଁ ଲୋକଙ୍କ ଭୟରେ ନଦୀକୁ ଡେଇଁଲେ ଯୁବକ

18/06/2021 at 12:48 PM

ତେଲକୋଇ ୧୮।୬: ଗାଁ ଲୋକଙ୍କ ମାଡ ଭୟରେ ପୋଲ ଉପରୁ ସମାକୋଇ ନଦୀକୁ ଡେଇଁଲେ ଯୁବକ । ଯୁବକ ଜଣଙ୍କ ହେଉଛନ୍ତି ଖୁଣ୍ଟାପଡା ପଞ୍ଚାୟତ ଗୁଣ୍ଡରିଯୋଡା ଗାଁର ସତ୍ୟାନନ୍ଦ ଦେହୁରୀ । ଶୁକ୍ରବାର ସକାଳୁ ଘଟଣାଟି ଘଟିଥିବା ବେଳେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ ।

ସୂଚନାଯୋଗ୍ୟ ଯେ, ରଜରେ ବାହାଘର ସମୟରେ ପୂଜାରେ ବ୍ୟବହୃତ ଜିନିଷକୁ ଏହି ଯୁବକ ଚୋରି କରି ନେଇଥିବା ଗାଁ ଲୋକେ ସନ୍ଦେହ କରିଥିଲେ । ତାଙ୍କୁ ପଚରାଉଚରା କରିବା ପରେ ବ୍ୟାଙ୍କରୁ ଟଙ୍କା ଉଠାଇ ଜିନିଷ କିଣି ଦେଇଦେବି ବୋଲି ଯୁବକ ଜଣଙ୍କ କହିଥିଲେ । ହେଲେ ଦୁଇ ଦିନ ହେବ କୁଆଡେ ଚାଲି ଯାଇଥିଲେ । ତେବେ ଶୁକ୍ରବାର ଯୁବକଙ୍କୁ ଗାଁରେ ଦେଖି ଗାଁ ଲୋକେ ଚୋରି  ଜିନିଷ ମାଗିବାରୁ ଯୁବକ ଜଣଙ୍କ ଦୌଡ଼ି ପଳାଇ ଥିଲେ । ଗାଁ ଲୋକ ମଧ୍ୟ ତାଙ୍କ ପଛରେ ଗୋଡାଇ ଥିଲେ । ଗାଁ ଲୋକେ ମାଡ ମାରିବା ଭୟରେ ଯୁବକ ଜଣଙ୍କ ସମାକୋଇ ନଦୀକୁ ଡେଇଁ ପଡିଥିଲେ । ଭାସି ଯାଉଥିବା ବେଳେ କିଛି ସ୍ଥାନୀୟ ଯୁବକ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ତେବେ ସେମାନେ ସଫଳ ନହେବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ତେଲକୋଇ ଥାନା ନିକଟ ନଦୀ ଘାଟରୁ ଯୁବକଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

   Related Posts