ସ୍କୁଟି ରଖି ଦୟା ନଦୀକୁ ଡେଇଁଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି : ପ୍ରେମିକା ସହ ଝଗଡା ପରେ ଏପରି କରିଥିବା ଚର୍ଚ୍ଚା

Published By : Prameya-News7 Bureau | September 03, 2020 IST

ଭୁବନେଶ୍ବର ୩।୯: ଦୟା ନଦୀକୁ ଡେଇଁଲେ ଯୁବକ । ଧଉଳି ନିକଟରେ ନଦୀକୁ ଡେଇଁ ପଡିଛନ୍ତି ଯୁବକ । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛି ।

{"id":324516,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଉପକଣ୍ଠ ଦୟା ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଛନ୍ତି । ଯୁବକ ଜଣଙ୍କ ସ୍କୁଟି ରଖି ନଦୀକୁ ଡେଇଁ ପଡିଥିବା ଜଣାପଡିଛି । ନଦୀରେ ପ୍ରଖର ସ୍ରୋତ ଥିବାରୁ ଡେଇଁବା ପରେ ଯୁବକ ଜଣଙ୍କ ଭାସିଯାଇଥିବା ସନ୍ଦେହ କରାଯାଉଛି । ତଳିଆ ଅଞ୍ଚଳରେ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

{"id":324517,"sizeSlug":"large"}

ନଦୀକୁ ଡେଇଁ ପଡିଥିବା ଯୁବକ ଜଣଙ୍କ ହେଉଛନ୍ତି କପିଳପ୍ରସାଦ ଅଞ୍ଚଳର ମଧୁସୂଦନ ଖୁଣ୍ଟିଆ । ତାଙ୍କ ବୟସ ୨୯ ବର୍ଷ । ତେବେ ଯୁବକ ଜଣଙ୍କ ତାଙ୍କ ପ୍ରେମିକା ସହ ଝଗଡ କରି ନଦୀକୁ ଡେଇଁ ପଡିଥିବା ଚର୍ଚ୍ଚା ହେଉଛି । କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଯୁବ ଜଣଙ୍କ ତାଙ୍କ ପ୍ରେମିକା ସହ ଝଗଡା କରିଥିଲେ । ରାଗରେ ସେ ନଦୀକୁ ଡେଇଁ ପଡିଥିବା ଲୋକେ କହୁଛନ୍ତି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.