Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ବୋରୱେଲରେ ପଡି ପ୍ରାଣ ହରାଉଥିବା ଶିଶୁଙ୍କୁ ଉଦ୍ଧାର କରିବ ରୋବର୍ଟ

30/06/2019 at 6:05 PM

ଅମାରୋଲି ୩୦/୬ : ବୋରୱେଲରେ ପଡି ଶିଶୁଙ୍କ ମୃତ୍ୟୁ ଘଟଣା ଦେଶରେ ବହୁତ ଘଟୁଛି । ପ୍ରଶାସନର ଭୁଲ ପାଇଁ ହେଉ କି ପରିବାର ଲୋକଙ୍କ ଭୁଲ ପାଇଁ ବୋରୱେଲ ଗାତରେ ପଡି ଅନେକ ଶିଶୁ ପ୍ରାଣ ହରାଉଛନ୍ତି । କାରଣ ଅନେକ ଚେଷ୍ଟା ପରେ ମଧ୍ୟ ତାଙ୍କୁ ଉଦ୍ଧାର କରାଯାଇ ପାରୁନାହିଁ । କିନ୍ତୁ ଏହି ସମସ୍ୟାର ସମାଧାନ ଗୁଜରାଟ ଅମାରୋଲିର ଜଣେ ଯୁବକ ବାହାର କରିଛନ୍ତି । ସେ ଏମିତି ଏକ ରୋବର୍ଟ ତିଆରି କରିଛନ୍ତି, ଯାହା ସାହାଯ୍ୟରେ ବୋରୱେଲରେ ପଡ଼ିଯାଇଥିବା ଶିଶୁଙ୍କୁ ସହଜରେ ଉଦ୍ଧାର କରାଯାଇପାରିବ ।

ଗୁଜରାଟ ଅମରୋଲିର ମହେଶ ଆହିର ବୋରୱେଲ ଗାତରୁ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ଏକ ଅଭିନବ ଉପାୟ ବାହାର କରିଛନ୍ତି । ସେ ଏକ ରୋବର୍ଟ ତିଆରି କରିଛନ୍ତି ଯାହାଦ୍ୱାରା ଶିଶୁଙ୍କୁ ଉଦ୍ଧାର କରାଯାଇ ପାରିବ ।

ବାଙ୍ଗାଲୁରୁରୁ ବିଟେକ କରି ଏହି ଚାଷୀଙ୍କ ପୁଅ ମାତ୍ର ୬୦ ହଜାର ଟଙ୍କା ବ୍ୟୟରେ ଏହି ରୋବର୍ଟକୁ ତିଆରି କରିଛନ୍ତି । ଏହି ରୋବର୍ଟ ମାତ୍ର ୨୫ ମିନିଟ ଭିତରେ ଶିଶୁଙ୍କୁ ବୋରୱେଲରୁ ଉଦ୍ଧାର କରିପାରିବ । ରୋବର୍ଟର ବିଶେଷତ୍ୱ ହେଲା ଏଥିରେ ଏକ କ୍ୟାମେରା ମଧ୍ୟ ଲାଗିଛି । ଶିଶୁ ବୋରୱେଲର କେଉଁଠାରେ ଫସି ରହିଛି ତାହା କ୍ୟାମେରା ସାହାଯ୍ୟରେ ଦେଖିହେବ । ଶିଶୁକୁ କିଭଳି ଉଦ୍ଧାର କରାଯାଇପାରିବ ତାହା କ୍ୟାମେରା ମାଧ୍ୟମରେ ଜାଣିହେବ । 

ଏହି ରୋବର୍ଟକୁ ରିମୋଟ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ । ମହେଶ କହିଛନ୍ତି ଗାଁମାନଙ୍କରେ ଟିକିଏ ଅସାବଧାନତା ଯୋଗୁଁ ଅନେକ ଶିଶୁ ବୋରୱେଲରେ ପଡିଯାନ୍ତି । ତାଙ୍କୁ ଉଦ୍ଧାର କରିବାରେ ସବୁବେଳେ ସମ୍ଭବ ହୋଇନଥାଏ । ଯାହାଫଳରେ ଶିଶୁଙ୍କ ପ୍ରାଣ ଚାଲିଯାଏ । ଏହି ସମସ୍ୟାର ସମାଧାନ ପାଇଁ ମହେଶ ଏହି ଉପାୟ ବାହାର କରିଛନ୍ତି ।

ଏହି ରୋବର୍ଟର ନାଁ ହେଲା ରେସକ୍ୟୁ ରୋବର୍ଟ । ଏହାର ଏକ ଡେମୋ ପିଏମଓଙ୍କୁ ମେଲ କରିଦିଆଯାଇଛି । ପିଏମଓଙ୍କ ତରଫରୁ ମହେଶଙ୍କୁ ଡାକରା ଆସିଛି । ମହେଶ ତିଆରି କରିଥିବା ଏହି ରୋବର୍ଟ ସମ୍ପର୍କରେ ଏକ ଟେକ୍ନିକାଲ ଟିମ ପରୀକ୍ଷା କରୁଛି । ଯଦି ଟେକ୍ନିକାଲ ଭାବେ ରୋବର୍ଟ ଠିକ ଥିବ ତାହେଲେ ଏହି ଡିଜାଇନକୁ ମାନ୍ୟତା ମିଳିବ ।

   Related Posts