ବିଦ୍ୟୁତ୍ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର

Published By : Prameya-News7 Bureau | July 03, 2019 IST

ନୀଳଗିରି ୩|୭: ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧିନ କାଠଗୋଚ୍ଛି ଅଂଚଳରେ ବିଦ୍ୟୁତ୍ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଏହି ଗ୍ରାମର  ସୋମନାଥ ମଲ୍ଲିକଙ୍କୁ ଗଣେଶ୍ବର ମଲ୍ଲିକ ନାମକ ଯୁବକ ଡାକି ଲାଇନ୍ ନକାଟି ବିଦ୍ୟୁତ୍ ଖୁଣ୍ଟରେ ଚଢି କାର୍ଯ୍ୟରେ ଲାଗିଥିଲା । ତେବେ ଏଲଟି ଲାଇନ୍ ତାର ଓହଳି ଥିବାରୁ ଅସାବଧାନତା କାରଣରୁ ତାଙ୍କ ହାତ ତାରରେ ଲାଗିଯାଇଥିଲା। ଫଳରେ ତାଙ୍କର ହାତ ଓ ଛାତିର ଅନେକ ଅଂଶ ପୋଡି ଯାଇଛି । ତାଙ୍କୁ ଗୁରୁତର ଭାବେ ନୀଳଗିରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.