୩ଟି ଭାଲୁ ଆକ୍ରମଣରେ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି
29/01/2020 at 10:22 AM

ଆନନ୍ଦପୁର ୨୯।୧: ଭାଲୁ ଆକ୍ରମଣରେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଙ୍ଗାରୁଆ କାଟିଣି ଗାଁରେ ପୋଖରୀ ନିକଟକୁ ଶୌଚ ହେବାକୁ ଯାଇଥିବା ସମୟରେ ସଂପୃକ୍ତ ଯୁବକଙ୍କୁ ୩ଟି ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ହେଉଛନ୍ତି ଅନାଥ ନାୟକ । ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭାଲୁ ଆକ୍ରମଣ ସମୟରେ ଉପସ୍ଥିତ ବୁଦ୍ଧି ଖଟାଇ ଅନାଥ ପୋଖରୀ ଭିତରକୁ ଡେଇଁ ପଡିଥିଲେ । ଫଳରେ ତାଙ୍କ ଜୀବନ ବଞ୍ଚି ଯାଇଥିବା ଜଣାପଡିଛି ।