ମୋବାଇଲ ଫାଟି ଯୁବକ ଗୁରୁତର : ବାଇକରେ ଯାଉଥିବାବେଳେ ଫାଟିଥିଲା ଫୋନ୍

Published By : Prameya-News7 Bureau | December 04, 2019 IST

କେନ୍ଦ୍ରାପଡ଼ା ୪/୧୨ : ବାଇକରେ ଯାଉଥିବାବେଳେ ମୋବାଇଲ ଫୋନ ଫାଟିବା ଯୋଗୁଁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି l ଆହତ ଯୁବକ ଆଳି ଥାନା ଅନ୍ତର୍ଗତ ମହାଦେବପାଟଣା ର ଚନ୍ଦ୍ରମଣି ସେଠି l

{"id":193829,"sizeSlug":"large"}

ଆଜି ଅପରାହ୍ନରେ ଚନ୍ଦ୍ରମଣି ବାଇକରେ ଯାଉଥିବାବେଳେ ଗରାପୁର୍ ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟ ନିକଟରେ ତାଙ୍କ ପ୍ୟାଣ୍ଟ ପକେଟରେ ଥିବା ସ୍ମାର୍ଟ ଫୋନଟି ଫାଟି ଯାଇଥିଲା l ଏଥିରେ ଚନ୍ଦ୍ରମଣିଙ୍କ ପ୍ୟାଣ୍ଟ ପୋଡ଼ିଯିବା ସହିତ ଜଙ୍ଘରେ ଗଭୀର କ୍ଷତ ସୃଷ୍ଟି ହୋଇଛି l ମୋବାଇଲ ଫାଟିବା ପରେ ଚନ୍ଦ୍ରମଣି ବାଇକରୁ ତଳେ ପଡିଯାଇଥିଲେ l ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା l

{"id":193830,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.