ଯୁବକଙ୍କୁ ଗୁଳିମାଡ କଲେ ୩ ଦୁର୍ବୃତ୍ତ
1/03/2019 at 9:06 AM

କେନ୍ଦ୍ରାପଡା ୧|୩: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ତେଣ୍ଡାକୁଡାରେ ଯୁବକକୁ ଗୁଳିମାଡ ହୋଇଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ୩ ଦୃର୍ବୁତ୍ତ ତେଣ୍ଡାକୁଡାରେ ବାବୁନି ବାରିକ ନାମକ ଜଣେ ଯୁବକ ଉପରକୁ ଗୁଳିମାଡ଼ କରିଥିଲେ । ଗୁଳିଟି ବାବୁନି ବାରିକ ଦେହରେ ବାଜିବାରୁ ସେ ଆହତ ହୋଇଥିଲେ।

ଗୁଳିମାଡ଼ ପରେ ଉକ୍ତ ୩ ଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବାବୁନିକୁ ଉଦ୍ଧାର କରିବା ପରେ ତାକୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁଳିମାଡ଼ର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଖବର ପାଇ ପାଟକୁରା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି ।
Related Posts
ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
25 January 2021
ରାସ୍ତାରେ ଟ୍ରାକ୍ଟର ବୋଝେଇ ଧାନ ରଖି ଅବରୋଧ, ଯାତାୟତ ବାଧାପ୍ରାପ୍ତ
25 January 2021