ଏନ୍‌ଏଚ୍ ଉପରେ ଯୁବକଙ୍କୁ ଗୁଳିମାଡ, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | October 10, 2019 IST

ବରଗଡ ୧୦।୧୦: ଜାତୀୟ ରାଜପଥ ଉପରେ ଗୁଳିମାଡ । ଗୁଳିମାଡରେ ଯୁବକ ଆହତ ହୋଇଛନ୍ତି । ଆହତ ଯୁବକ ହେଉଛନ୍ତି ବଲାଙ୍ଗୀର କଣ୍ଟାବାଞ୍ଝିର ସଚିନ ଅଗ୍ରଓ୍ବାଲ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":168303}

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝିର ସଚିନ ଅଗ୍ରୱାଲ ନାମକ ଜଣେ ଯୁବକ ବରଗଡ ଆଡକୁ ଆସୁଥିବା ବେଳେ ଗୁଳିମାଡ ହୋଇଛି । ଗୁଳିମାଡରେ ସଚିନ ଅଗ୍ରୱାଲ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବରଗଡ ଅଣାଯାଇଥିଲା । ସଚିନଙ୍କ ପାପୁଲିରେ ଗୋଟିଏ ଗୁଳି ବାଜିଥିବା ବେଳେ ଅନ୍ୟ ଏକ ଗୁଳି ତାଙ୍କ ଜଙ୍ଘରେ ବାଜିଛି ।

{"id":168304}

ଘଟଣାସ୍ଥଳରେ ବରଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସଚିନ ଏକ ବାଇକ୍ ଯୋଗେ ଆସୁଥିବା ବେଳେ ଏକ ନିଛାଟିଆ ସ୍ଥାନରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.